ads

Breaking News

ଶିଷକ ପର୍ଶୁରାମ ସାହୁ ଙ୍କର ବିଦାୟ କାଳୀନ ସମର୍ଦ୍ଧନା ସଭା




ବଲାଙ୍ଗୀର,ସଇଁନ୍ତଳା ----- ସଇଁତଲା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ହାଇସ୍କୁଲର  ଶିଷକ ଶ୍ରୀ ପର୍ଶୁରାମ ସାହୁ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି l ବିଦ୍ୟାଳୟ ଓ ଶିଷକଙ୍କ ତରଫରୁ ବିଦ୍ୟାଳୟ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଭାରାପ୍ରାପ୍ତ ପ୍ରଧାନ ଶିଷକ ବରୁଣ କୁମାର ସାହୁ ଅନୁଷ୍ଠିତ ବିଦାୟ କାଳୀନ ସଭା ରେ ଅଧକ୍ଷତା କରିଥିଲେ। ଶିଷକ ପ୍ରଦୀପ ସାହୁ, ଦିଲୀପ ସାହୁ, ହିନ୍ଦୀ ଶିଷକ, ତଥା ପୂର୍ବତନ ଛାତ୍ର ତଥା ପୂବତନ ସରପଞ୍ଚ କପିଳ ଭୋଇ, ବିନାୟକ ବେହେରା, ଗୌରହରୀ ସାହୁ, ସୁରେଶଚନ୍ଦ୍ର ସାହୁ, ରଞ୍ଜନ ବାଗ, କ୍ଷମାନିଧି ସାହୁ,ସତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ପଞ୍ଚାୟତ ହାଇସ୍କୁଲ ଠାରୁ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କୁ ସଂକୀର୍ତ୍ତନ ଓ ବାଦ୍ୟ ଖୋଲ ତାଳ କରି ପଞ୍ଚାୟତ ସ୍ଥିତ ବୁଢ଼ାବାହଲ ଠାରୁ ତାଙ୍କ ବାସସ୍ଥାନ ଡୁଙ୍ଗୁରିପାଲି ପର୍ଯନ୍ତ ଗ୍ରାମବାସି ତଥା ଆଖପାଖ ଗ୍ରାମର ଶତାଧିକ ମହିଳା ପୁରୁଷ ଓ ଛାତ୍ରଛାତ୍ରୀ ଶ୍ରୀ ସାହୁ ଙ୍କୁ ସମ୍ଭର୍ଦ୍ଧନା ଜଣାଇଥିଲେ।

ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨/୯/୨୦୨୩-----୧୦,୧୦
 Sakhigopal News,2/9/2023

ads

Blog Archive

Popular Posts