ads

Breaking News

ଶବ୍ଦ ସୁରଭି ଉପେନ୍ଦ୍ର ଭଞ୍ଜ ବିଶେଷାଙ୍କ ଉନ୍ମୋଚିତ



ଭଞ୍ଜନଗର --ଶଦ୍ଧ
 ସୁରଭି ଏକ ଗବେଷଣା ମୂଳକ ତ୍ରୈମାସିକ ପ୍ରବନ୍ଧ ପତ୍ରିକା । ତାର ପଞ୍ଚମ ସଂଖ୍ୟା ଯାହା ଉପେନ୍ଦ୍ର ଭଞ୍ଜ ବିଶେଷାଙ୍କ ଭାବେ ପ୍ରକାଶ ପାଇଛି ।  ଉନ୍ମୋଚନ ଉଛବ କୁଲାଡ଼ ବ୍ୟାଘ୍ର ଦେବୀ ଙ୍କ ପୀଠ ରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉନ୍ମୋଚନ କରିଥିଲେ କବି ଗାଳ୍ପିକ ବିଶିଷ୍ଟ ଆଇନଜୀବୀ ସୋମନାଥ ନାୟକ। ଏହାର ସମ୍ପାଦକ ବିଶିଷ୍ଟ ଗବେଷକ ଡ଼କ୍ଟର ବାୟା ମନୁ ଚର୍ଚ୍ଚି ଏହି ପତ୍ରିକା ର ବୈଶିଷ୍ଟ୍ୟ ସମ୍ପର୍କ ରେ କହିଥିଲେ। ଏହାର ପ୍ରତିଟି ସଂଖ୍ୟା ଓଡିଶା ର କୌଣସି ନା କୌଣସି ବରପୁତ୍ର ତଥା ଓଡିଶା ର ସଂସ୍କୃତି ଉପରେ ଆଧାରିତ ।ଏହା ଭୁବନେଶ୍ୱର ରୁ ପ୍ରକାଶିତ ହେଉଛି। ଏହାର ମୂଲ୍ୟ ମାତ୍ର ଅଶୀ ଟଙ୍କା ରଖାଯାଇଛି। ଏହିସଂଖ୍ୟାରେ ଭଞ୍ଜ ଗବେଷକ ଡ଼କ୍ଟର କମ୍ବୁପାଣି ସାମନ୍ତ ,ଡକ୍ଟର ପ୍ରଦୀପ ପଟ୍ଟନାୟକ, ଡକ୍ଟର ବୃଷ କେତୁ ଦାଶ, ବିଦୁଷି ଲୋପା ସାମଲ ପ୍ରମୁଖ ବିଶିଷ୍ଟ ସାହିତ୍ୟିକ ମାନଙ୍କ ଲେଖା ସ୍ଥାନିତ ହୋଇଛି । ଏହାର ଉପଦେଷ୍ଟା ଅଛନ୍ତି ଶ୍ରୀ ସୋମନାଥ ନାୟକ।  ଉନ୍ମୋଚନ ଉଚ୍ଛବରେ କଵି ପ୍ରଶାନ୍ତ ମହାନ୍ତି, ସୁସାହିତ୍ୟିକ ମନୁ ନନ୍ଦ ପତି, ଆଇନଜୀବୀ ଗୋପାଳ କୃଷ୍ଣ ବିଷୋୟୀ ,ଶିକ୍ଷାବିତ ନଗେନ୍ଦ୍ର ନାୟକ ,ହରିକୃଷ୍ଣ ସାହୁ ପ୍ରମୁଖ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ସ୍ଥାନୀୟ ବାକଦେବୀ ଯୁବ ସଂଘ ସବୁ ପ୍ରକାର ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୯/୨୦୨୩----୯,୩୫ Sakhigopal News,16/9/2023

ads

Blog Archive

Popular Posts