ads

Breaking News

କଥା ଦେଇ ରଘୁନାଥ ମନ୍ଦିରକୁ ଠକିଲେ ବବି ଭାଇ




ଓଡ଼ଗାଁ:- ୨ମାସ ତଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ଓଡ଼ଗାଁ କୁ ପାଣ୍ଡିଆନ ଗସ୍ତ ପୂର୍ବରୁ ଆସି ରଘୁନାଥ ମନ୍ଦିର ବୁଲିବା ସହିତ ମନ୍ଦିର ଉନ୍ନତିକରଣ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହା ସହିତ ରଘୁନାଥ ମନ୍ଦିରର ସୌନ୍ଦର୍ଯୀକରଣ ଓ ଉନ୍ନତି ପାଇଁ ୨ଲକ୍ଷ ଟଙ୍କା ଦେଇଥିଲେ। ଏବଂ ବଡ଼ ପ୍ରତିଶ୍ରୁତି ଭାବେ ସେ ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ମନ୍ଦିର ରୁ ୨୦୦ କୋଟି ଦେବେ ବୋଲି କହିଥିଲେ। କିନ୍ତୁ ପ୍ରତିଶ୍ରୁତି ର ୨ମାସ ବିତିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅର୍ଥର ଦେଖା ନାହିଁ। ଏନେଇ ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର କହିଛନ୍ତି। ମିଛ ପ୍ରତିଶ୍ରୁତି ଦେବା ସହିତ ଓଡ଼ଗାଁ ରଘୁନାଥ ମନ୍ଦିର ର ପୂଜକ ପରିଷଦ ଓ ଓଡ଼ଗାଁ ବାସୀଙ୍କୁ ଭଣ୍ଡେଇଛନ୍ତି ବବି ଭାଇ। ତେବେ ଦେଖିବାକୁ ବାକି ରହିଲା ଆଗକୁ ବବି ଭାଇ ଦେଇଥିବା ପ୍ରତିଶ୍ରୁତି ପୂରଣ ହେଉଛି ନା ନାହିଁ। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇଙ୍କ ରିପୋର୍ଟ,୨୨/୯/୨୦୨୩---୮,୫୫ Sakhigopal News,22/9/2023

ads

Blog Archive

Popular Posts