ads

Breaking News

ମହିମା ଧାରି ଅଲେଖ ସମାଜ ପକ୍ଷରୁ ବାର୍ଷିକ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି

 
ଭଞ୍ଜନଗର --- ବି.ଡିପୁର ଗ୍ରାମ ପଞ୍ଚାୟତର ସୋରିଷମୂଳ ଗ୍ରାମ ଠାରେ ବିଶ୍ୱ ର ମଙ୍ଗଳ ଓ ଅଞ୍ଚଳ ର ମଙ୍ଗଳ କାମନା କରି ମହିମା ଧାରି ଅଲେଖ ସମାଜ ପକ୍ଷରୁ ବାର୍ଷିକ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ  ପୂଜ୍ୟ ବ୍ରହ୍ମ ଅବଧୂତ ନିରଞ୍ଜନ ବାବା,ପୂଜ୍ୟ ବ୍ରହ୍ମ ଅବଧୂତ ଜୟରାମ ବାବା,ପୂଜ୍ୟ ବ୍ରହ୍ମ ଅବଧୂତ ପ୍ରଭାକର ବାବା ଙ୍କ ନେତୃତ୍ବରେ ଗ୍ରାମ ମଝିରେ ଯଜ୍ଞ  ମଣ୍ଡପ ସ୍ଥାପନା କରିଥିଲେ । ଶାନ୍ତି ଶୁଙ୍ଖଳା ଆଧ୍ୟାତ୍ମିକ ପରିବେଶ ହୋମ ଯଜ୍ଞ ସାରି ନଗରପରିକ୍ରମା କରିବା ସହ ଯଂଜ୍ଞ ସ୍ଥଳରେ ପହଞ୍ଚି ଥିଲେ ।  ତାଙ୍କ ସହିତ ୨୦ରୁ ଅଧିକ ଅଲେଖ ମହିମା ଧାରି ସାଧୁ ସନ୍ଥ ମଧ୍ୟ ଧର୍ମ କାର୍ଯ୍ୟରେ ଯୋଗଦେଇଥିଲେ। ରାତ୍ର ସମୟ ରେ ଭକ୍ତ ମାନଙ୍କ ପାଇଁ ବାବା ଙ୍କ ଦ୍ୱରା ପ୍ରବଚନ କାର୍ଯ୍ୟକ୍ରମ  ସାଙ୍ଗକୁ ବାଲ୍ୟନିଲା ବ୍ୟବସ୍ତା ହୋଇଥିଲା । ଏହି ପରି ବର୍ଣ୍ଣାଢ଼୍ୟ, ସୁନ୍ଦର  ଆଧ୍ୟାତ୍ମିକ ଓ ଭକ୍ତି ଭାବ ପରିବେଶ ଭିତରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ଓ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ଅଲେଖ ମହିମା ବାବା ଙ୍କ କୃପା ଲାଭ କରିବା ସହ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିବା ସହ ଆର୍ଶୀବାଦ ଭିକ୍ଷା କରିଛନ୍ତି । ଏଥିରେ ଗ୍ରାମ ତରଫରୁ ବୁଲୁ ସ୍ୱାଇଁ, କୈଳାସ ଚନ୍ଦ୍ର ପରିଡ଼ା, ସୁଶାନ୍ତ ସ୍ୱାଇଁ, ଜଗତ କୁମାର ସ୍ୱାଇଁ ,ଉତ୍ତାଜ ସ୍ୱାଇଁ, ନାରାୟଣ ପାତ୍ର, ସନ୍ତୋଷ ବାରିକ, ପଞ୍ଚୁ ସାହୁ, ଧୀରେନ୍ଦ୍ର ବାରିକ,ନୀଳାଞ୍ଚଳ ନାୟକ, ରେସନ ପରିଡ଼ା, ବଳରାମ ସ୍ୱାଇଁ, ଶରତ ଚନ୍ଦ୍ର ପାଢ଼ୀ, ପ୍ରସନ୍ନ ତ୍ରିପାଠୀ, ରବୀନ୍ଦ୍ର ତ୍ରିପାଠୀ , ପରୀକ୍ଷିତ ପାଢ଼ୀ ସୁଶାନ୍ତ ପାତ୍ର, କବିରାଜ ସାହୁ, ମଣ୍ଟୁ ସ୍ୱାଇଁ, ରାମଚନ୍ଦ୍ର ସ୍ୱାଇଁ, ଗନ୍ଧି ସ୍ୱାଇଁ ଏବଂ ଏହି ପରି ବହୁ ଅଂଚଳ ର ବହୁ ଯୁବକ, ମା, ଭଉଣୀ ଓ ଗୁରୁଜନ ମାନେ ଉପସ୍ଥିତ ଥିଲେ । ଏହି ମହୋତ୍ସବରେ ଯଜ୍ଞ ହୋମ ,ଆହୁତି ଧ୍ୱନି ରେ ଅଞ୍ଚଳ ପ୍ରକମ୍ପିତ ହେଉଥିଲା। 
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୯/୨୦୨୩---୭,୫୫ Sakhigopal News,23/9/2023

ads

Blog Archive

Popular Posts