ads

Breaking News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖୁଣ୍ଟୁଲିପାଲି ଠାରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

 
ବରଗଡ଼ -- ବରଗଡ ଜିଲ୍ଲା ଡାଲବ ପଞ୍ଚାୟତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଖୁଣ୍ଟୁଲିପାଲି ଠାରେ ଶିଶୁ ବାଟିକା ବିଭାଗରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଲେଖକ ତଥା ଦୂରଦର୍ଶନ କଳାକାର ଆଶିଷ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କୁମାର ଦାଶ ଉପସ୍ଥିତ ଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ପଦ୍ମିନୀ ଭୁଏ ଗୁରୁମା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ମୁଖ୍ୟ ଅତିଥି ମାର୍ଗଦର୍ଶନ କରି ସମ୍ବଲପୁରୀ କବିତା "ନାରୀ "ଙ୍କ ବିଷୟରେ ଆବୃତ୍ତି କରିଥିଲେ।
ଏହି ସମୟରେ କର୍ମଶାଳାରେ ମା' ମାନଙ୍କୁ ନେଇ ଶାରୀରିକ ଖେଳ,ଭାଷା ବିକାଶ,ବହି ଗୀତ ଅଭ୍ୟାସ , ଗପର ବିଭିନ୍ନ ମାଧ୍ୟମ, ହସ୍ତକର୍ମ କରାଯାଇଥିଲା । ଗୁରୁମା ପଦ୍ମିନୀ ଭୁଏ ,ଜ୍ୟୋସ୍ନାରାଣୀ ନାଏକ ଓ ଗୁରୁଜୀ ଯୋଗେଶ ପାଢ଼ୀ କାଳାଂଶ ଗୁଡ଼ିକ କରିଥିଲେ ।ମଧୁସ୍ମିତା ଆଚାର୍ଯ୍ୟ,ସୁବ୍ରତ କୁମାର ଶତପଥୀ ଏବଂ ସେବକ ଓ ସେବିକାଙ୍କ ସହଯୋଗରେ କର୍ମଶାଳାଟି ସମ୍ପାଦିତ ହୋଇଥିଲା। ପରିଶେଷରେ ଗୁରୁଜୀ ସୁଜିତ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୯/୨୦୨୩---୮,୫୦  Sakhigopal News,25/9/2023

ads

Blog Archive

Popular Posts