ads

Breaking News

ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଦାୟିତ୍ୱ ରେ ଓଡ଼ଗାଁ ମାଟିର ପୁଅ ଜଷ୍ଟିସ୍ ବି. ଆର୍ ଷଡଙ୍ଗୀ





ଓଡ଼ଗାଁ:- ଓଡ଼ିଶା ହାଇକୋର୍ଟ ର ମୁଖ୍ଯ ବିଚାରପତି ଜଷ୍ଟିସ୍ ସୁବାଶିଷ ତାଳପତ୍ର ଆସନ୍ତା ୪ତାରିଖରେ ଅବସର ନେବେ। ତେଣୁ ଓଡ଼ିଶା ହାଇକୋର୍ଟ ର ମୁଖ୍ଯ ବିଚାରପତି ଦାୟିତ୍ୱ ରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ମାଟିର ପୁଅ ତଥା ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ କେନ୍ଦ୍ର ଆଇନ୍ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
       ଡ. ଜଷ୍ଟିସ୍ ବି. ଆର୍ ଷଡଙ୍ଗୀଙ୍କ ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ପନ୍ତିଖାରୀ ପଞ୍ଚାୟତ ର ପନ୍ତିଖାରୀ ଗ୍ରାମରେ । ସେ ଦୀର୍ଘ ୨୭ବର୍ଷ ହାଇକୋର୍ଟରେ କ୍ରିମିନାଲ୍, ସିଭିଲ,ଟାକିସ ,ଲେବର୍ ଆଦି ସେକ୍ସନ୍ ରେ ବରିଷ୍ଠ ଆଇନଜୀବି ଭାବେ କାର୍ଯ୍ୟ କରିଛନ୍ତି ।୨୦୧୩ ଜୁନ୍ ୨୦ରେ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ସହ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରିଥିଲେ। ତେବେ ଆଜି ଓଡ଼ଗାଁ ମାଟିର ପୁଅ ଏତେବଡ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବା ଖବର ଶୁଣି ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି । ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇଙ୍କ ରିପୋର୍ଟ,୧/୧୦/୨୦୨୩-----୫,୩୫ Sakhigopal News,1/10/2023

ads

Blog Archive

Popular Posts