ads

Breaking News

କୁର୍ମୀ କ୍ଷତ୍ରିୟ ସମାଜ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ


 
ଭଞ୍ଜନଗର --- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥା, ଛାମୁଣ୍ଡା ଅଞ୍ଚଳ ତରଫରୁ ପୂର୍ଣ୍ଣାଙ୍ଗ ବୈଠକ ଏବଂ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀ ଉପେନ୍ଦ୍ର ଭଞ୍ଜ ନାୟକ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମ  ଆରମ୍ଭରୁ କୂଳର ଜାତୀୟ ପତାକାକୁ ସଭାପତି ଉତ୍ତୋଳନ କରିଥିଲେ ।  ଯୁବ ସଭାପତି ଶ୍ରୀ ରବିନ୍ଦ୍ରନାଥ ପ୍ରଧାନ କୁଳ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଳାଧିକାରି ଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ପ୍ରଧାନ ଓ ମୂଖ୍ୟ ବକ୍ତା ଭାବେ ଶ୍ରୀ ବିରୁପାକ୍ଷ ନାୟକ ଯୋଗ ଦେଇ କୂର୍ମି କ୍ଷତ୍ରିୟ ସଂସ୍ଥା ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷି ଉନ୍ନତି ଉପରେ କାର୍ଯ୍ୟ କରୁଥିବାରୁ ଅଞ୍ଚଳ ସଦସ୍ୟ ମାନଙ୍କୁ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପାଠ କରିଥିଲେ ଅଞ୍ଚଳ ସମ୍ପାଦକ ଶ୍ରୀ ବଂଶୀଧର ନାୟକ । କାର୍ଯ୍ୟକ୍ରମରେ ପ୍ରଦେଶ ସଭ୍ୟ  ବିକ୍ରମାଦିତ୍ୟ ଆରୁଖ, ବିପ୍ର ଚରଣ ନାୟକ, ସୂର୍ଯ୍ୟନାରାୟଣ ପ୍ରଧାନ, ପ୍ରଦେଶ ସମ୍ପାଦକ ଶ୍ରୀ ବିନାୟକ ପ୍ରଧାନ, ଗଙ୍ଗାଧର ନାୟକ ସହ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ,  କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ ପ୍ରଧାନ,  ବିଜୟ ନାୟକ, ବସନ୍ତ ପ୍ରଧାନ  ଓ  ୭୧ ଗ୍ରାମର କୂର୍ମୀ କ୍ଷତ୍ରିୟ ଗ୍ରାମ୍ୟ ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଦଶମ ଶ୍ରେଣୀ, ଦ୍ଵାଦଶ ଶ୍ରେଣୀ, ସ୍ନାତକ  ଶ୍ରେଣୀର କଳା/ବିଜ୍ଞାନ/ବାଣିଜ୍ୟ ପରୀକ୍ଷାରେ  ଅଧିକ ମାର୍କଆଣିଥିବା  ପ୍ରାୟ ୩୧ ଜଣ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର, ଟ୍ରଫି ଓ ଶିକ୍ଷା ବୃତ୍ତି ପ୍ରଦାନ କରାଯାଇଥିଲା । ଶେଷରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାମୁଣ୍ଡା ଗାଁ ସଭାପତି ପ୍ରସନ୍ନ ପ୍ରଧାନ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଯୁବ ସ୍ବେଚ୍ଛାସେବୀ ସରୋଜ କୁମାର ନାୟକ ଓ ଅଞ୍ଚଳ ପାଇକ ନାରାୟଣ ପ୍ରଧାନ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୯/୨୦୨୩----୯,୩୫ Sakhigopal News,17/9/2023

ads

Blog Archive

Popular Posts