ads

Breaking News

ହୃଦଘାତରେ ରାଜମିସ୍ତ୍ରୀ ରାମଚନ୍ଦ୍ର ମହାରଣାଙ୍କ ର ମୃତ୍ୟୁ


ବରଗଡ଼ --- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ମହୁଲପାଲି ଗ୍ରାମର ଲୋକପ୍ରିୟ ରାଜମିସ୍ତ୍ରୀ ରାମଚନ୍ଦ୍ର ମହାରଣା ୬୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଜିଲ୍ଲା ତଥା ଜିଲ୍ଲାରେ ବାହାରେ ମଧ୍ୟ ବିଭିନ୍ନ ବିଦ୍ୟାଳୟ, ମନ୍ଦିର, ମୂର୍ତ୍ତି ତିଆରି କରି ଜନସାଧାରଣଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ। ସେ ଜଣେ ସରଳ, ନିଷ୍କପଟ, ମେଳାପୀ ବ୍ୟକ୍ତି ଥିଲେ। ସକାଳେ ନିର୍ତ୍ୟକର୍ମ ସାରି ଫେରିବା ପରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ଘର ଲୋକେ ନିକଟସ୍ଥ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କର ମୃତ୍ୟୁ ଖବର ପାଇ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ପହଞ୍ଚି ଶ୍ରାଦ୍ଧ ସୁମନ ସହ ପୁଷ୍ପମାଲ୍ୟ ଅର୍ପଣ କରି ଅନ୍ତିମ ସଂସ୍କାର ଯୋଗଦେଇଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବଡ଼ ପୁଅ ଗୋପାଳ ମହାରଣା ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୯/୨୦୨୩---୮,୧୫ Sakhigopal News,26/9/2023

ads

Blog Archive

Popular Posts