ads

Breaking News

ଅସହାୟ କୁଷ୍ଠ ରୋଗୀ ମାନଙ୍କୁ ତଥା ଅସହାୟ ପରିବାର କୁ ରାସନ୍ ସାମଗ୍ରୀ ସହିତ ଲୁଗାପଟା ବଣ୍ଟନ




ବରଗଡ଼ --- ବରଗଡ଼ ଜିଲ୍ଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ବ୍ଳକ ଅନ୍ତର୍ଗତ ଝାଇଁଯୋର ଠାରେ ଅସହାୟ କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ନୂଆଁଖାଇ ଉପଲକ୍ଷେ  ଅଢିଆ ବଣ୍ଟନ କରାଯାଇଛି । ଏଥିରେ ପନିପରିବା, ରାସନ ସାମଗ୍ରୀ, ନୁତନ କପଡା ଓ ପୁଜା ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ରାଶି ଥିବା ଜଣାପଡିଛି । ବିଗତ ୫ ବର୍ଷ ହେବ ଅସହାୟ ଲୋକଙ୍କୁ ତଥା କୁଷ୍ଠ ରୋଗୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅଢିଆ ବଣ୍ଟନ କରାଯାଇଆସୁଛି । ଏହି କାର୍ଯ୍ୟକ୍ରମରେ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ, ଉପଦେଷ୍ଟା ଦିବାକର ପ୍ରଧାନ, ପରେଶ କୁମାର ମେହେର, ଶିବାନନ୍ଧ ମଟାରୀ, ଆଜୀବନ ସଦସ୍ୟ ମାନଙ୍କ ମୁଖ୍ୟ ଡଃ ଅଜିତ କୁମାର ବାରିକ, ସମ୍ବଲପୁର ମଣ୍ଡଳ ସଭାପତି  ବିରେନ୍ଦ୍ର ପ୍ରତାପ ସାହୁ, ସମାଜସେବୀ   ଶ୍ୟାମ ମେହେର, ସମାଜସେବୀ, ସନ୍ତୋଷ କୁମାର ଦାଶ, ସଂଜୀବ ଦାଶ ,ସମାଜସେବୀ ଦୟାନିଧି ପ୍ରଧାନ ଯୋଗଦେଇ ବଣ୍ଟନ କରିଥିଲେ । ଟିଙ୍ଗୀପାଲି,ଲୁରୁପାଲି ରେ ମଧ୍ୟ ଦୁଇଟି ପରିବାର କୁ ମଧ୍ୟ ଅଢିଅ ବଣ୍ଟନ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୯/୨୦୨୩----୭,୫୦ Sakhigopal News,20/9/2023

ads

Blog Archive

Popular Posts