ads

Breaking News

ଓଡ଼ଗାଁ ତହସିଲ୍ ରେ ହେଲ୍ପଡେସ୍କ ଅଚଳ, ମହାତ୍ମା ଗାନ୍ଧିଙ୍କ ଫଟୋ ଅଲୋଡା ହୋଇ ପଡ଼ିଛି




ଓଡ଼ଗାଁ:- ଓଡ଼ଗାଁ ତହସିଲ ରେ ହେଲ୍ପଡେସ୍କ ଅଚଳ ହୋଇଥିବା ଏବଂ ମହାତ୍ମା ଗାନ୍ଧିଜୀଙ୍କ ଫଟୋକୁ ଅବହେଳା କରି ଅଳିଆ, ଆବର୍ଜନା, ଅଳନ୍ଧୁ ଭିତରେ ରଖାଯାଇଥିବା ଜଣାପଡିଛି । ସେ‌ଇ ଭିଡିଓ  ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କୋଟି କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରତ୍ୟୋକ ସରକାରୀ ଅଫିସରେ କାର୍ଯ୍ୟକରୁଥିବା ହେଲ୍ପଡେସ୍କ ଅଚଳ ହୋଇ ପଡିରହିଥିବା ସହିତ ଅପରିଷ୍କାର ହେଲ୍ପଡେସ୍କ ଭିତରେ ଜାତିର ପିତା ମହାତ୍ମା ଗାନ୍ଧିଜୀଙ୍କ ଫଟୋକୁ  ଅଳନ୍ଧୁ, ଆବର୍ଜନା ରେ ରଖାଯାଇଥିବା ନେଇ ଓଡ଼ଗାଁ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ ଅଭିଯୋଗ କରିଛନ୍ତି। ଏନେଇ ସେ ପୂଜ୍ୟ ମହାତ୍ମା ଙ୍କ ଅବହେଳିତ ଫଟୋକୁ ଧରି ଏହାର ସମାଧାନ ନିମନ୍ତେ ତହସିଲ ଅଫିସ ସାମ୍ନା ରେ ଧାରଣାରେ ବସିଥିଲେ। ପରେ ତହସିଲଦାର ଫୋନ୍ ଯୋଗେ ଏହାର ତୁରନ୍ତ ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ସରକାରୀ ଅଫିସରେ ଯେଉଁ ଫଟୋକୁ ସମ୍ମାନ ସହ ସାଇତି ରଖି ପୂଜା କରିବା କଥା ସେହି ଫଟୋକୁ ଏଭଳି ଅବହେଳାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇଙ୍କ ରିପୋର୍ଟ,୧୪/୯/୨୦୨୩ -----୯,୨୫ Sakhigopal News,14/9/2023

ads

Blog Archive

Popular Posts