ads

Breaking News

ନିଜ ଅଜାଣତ ରେ ନିଜେ ଫସିଗଲା ଚୋର,ଯୋଉଠୁ ଚୋରି କରିଥିଲା ସୁନା, ସେଠାକୁ ବିକ୍ରି କରିବାକୁ ଆସିଥିଲା ଚୋର

 
କଟକ---ନିଜ ଅଜାଣତ ରେ ଆଜି ନିଜେ ଫସିଗଲା ଚୋର, ଯୋଉଠୁ ଚୋରି କରିଥିଲା ସୁନା, ଆଜି ପୁଣି ସେଠାକୁ ବିକ୍ରି କରିବାକୁ ଆସିଥିଲା ଗ୍ରାହକ ସାଜି  |  ଗତ ଦୁଇଦିନ ତଳେ ସ୍କାଈଲାଇଟ୍ ଭାଙ୍ଗି ସୁନା ଅଳଙ୍କାର ଦୋକାନ ରୁ ହୋଇଥିଲା ଚୋରୀ। ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ଗ୍ରାମ ପଞ୍ଚାୟତର ତାରିଣୀ ଛକ ରେ ଥିବା ମା ଜୁଏଲାରୀ ଦୋକାନରେ । ଗତ ଦୁଇଦିନ ତଳେ ରାତ୍ର ସମୟ ରେ ଗହଣା ଦୋକାନ ରୁ ଚୋରୀ ହୋଈଥିଲା ସ୍କାଈଲାଇଟ୍ ଭାଙ୍ଗି। ମାଲିକ୍ ସକାଳୁ ଆସୀ ଦେଖିବା ସହ ପଡୋଶୀ ଦୋକାନ ମାନଙ୍କୁ ଦେଖେଇ ଥିଲେ। ଏବଂ ବିଗତ କଛି ବର୍ଷ ଧରି ତାରିଣୀ ଛକ ରୁ ଅନେକ ଦୋକାନ ରୁ ସ୍କାଈ ଲାଇଟ୍ ଭାଙ୍ଗି ଚୋରୀ ହେଉଥିଲା । ଥାନା ରେ ଅଭିଯୋଗ ହୋଇଥିଲା କିନ୍ତୁ ଚୋର ଧରିବାରେ ପୋଲିସ୍ ବିଫଳ ହେଇଥିଲେ । ପରେ ଦୋକାନୀ ମାନେ କର୍ମକୁ ଆଦରି ନୀରବି ଯାଆନ୍ତି। ବେଳେ ବେଳେ ପୋଲିସ୍ ମଧ୍ୟ ତଦନ୍ତ ପାଇଁ ଟଙ୍କା ଦାବି କରୁଥିବା ଅଭିଯୋଗ କରନ୍ତି ବୋଲି ଦୋକାନୀ ମାନେ । ଯାହା ଫଳରେ ଦିନ କୁ ଦିନ ଚୋରୀ ବୁଦ୍ଧି ପାଇବାରେ ଲାଗିଥିଲା। ଆଜି କିନ୍ତୁ ସୁନା ଦୋକାନୀ ପାଖକୁ କୁମୁସର୍ ଜଣେ ଆଦିବାସୀ ଯୁବକ ସୁନା ମୁଦି ଟିଏ ଆଣି ସୁନା ଦୋକାନୀ କୁ ଅନୁଧ୍ୟାନ କରି ଓର୍ଜିନାଲ ନା ଡୁପୁଲିକେଟ୍ ବୋଲି କହିବା ବେଳେ ସୁନା ଦୋକାନୀ ମୁଦି ଟିକୁ ତାଙ୍କର ବୋଲି ଚିହ୍ନି ପାରିଥିଲେ। ତପରେ ଦୋକାନୀ ଜଣକ ପଚାରା ଉଚରା କରି ଜାଣିବାକୁ ପାଇଥିଲେ ସଞ୍ଜୟ ନାମକ ବ୍ୟକ୍ତି ମୁଦି ଟିକୁ ବିକିବାକୁ ଦେଇଥିଲେ। ତାପରେ ପାଖ ପଡୋଶୀ ଦୋକାନୀ ମାନେ ଆସି ସଞ୍ଜୟ କୁ ପଚରା ଉଚରା କରିବା ପରେ କୁମୁସର ଆଦିବାସୀ ସାହିର ତପନ ନାମକ ବାକ୍ତି ଦେଇଥିବା କଥା କହିଥିଲେ । ତପନ କୁ ଖୋଜା ଚାଲିଥିବା ବେଳେ ଥାନା ରେ ଏବେ ସୁଦ୍ଧା କୌଣସି ଅଭିଯୋଗ ହୋଇନାହିଁ। ତପନ ନାମରେ ବାଙ୍କୀ ଥାନାରେ ଅନେକ କେଶ୍ ରହିଥିବା ବେଳେ ମହିଳା ଙ୍କୁ ଖରାପ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ି ଜେଲ୍ ଯାଇଥିଲା । ଏବେ ବେଲ୍ ରେ ଥିବା ଜଣା ପଡ଼ିଛି। ଯାହା ସାଧାରଣ ରେ ଶୁଣିବାକୁ ମିଳିଛି ସେମାନେ ବିଭିନ୍ନ ନିଶା ବେପାର ରେ ସମ୍ପୁକ୍ତ ଥିବା ଜଣାପଡିଛି । ପୋଲିସ ଯଦି ସଠିକ ଭାବେ ତଦନ୍ତ କରନ୍ତି ତାହେଲେ ବହୁ ଚୋରି ଘଟଣାର ପର୍ଦ୍ଧାଫାଶ ହୋଇ ପାରନ୍ତା ବୋଲି ବ୍ୟବସାୟୀ ମାନେ କହନ୍ତି।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୩/୯/୨୦୨୩----୯,୪୫ Sakhigopal News,23/9/2023

ads

Blog Archive

Popular Posts