ads

Breaking News

ଓଡ଼ଗାଁ ବିକାଶର ବିକଳ ଦୃଶ୍ୟ, ଟ୍ରଲି ରେ ବୁହା ହେଲେ ରୋଗୀ



 
ଓଡ଼ଗାଁ----  ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଗୋଟିଏ ଟ୍ରଲିରେ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇଥିବା ଦ୍ରୁଶ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ  ରୋଗୀ ଆସିବା ପାଇଁ ନାନା ସୁବିଧା କରାଯାଇଛି। ଆମ୍ବୁଲାନ୍ସ,୧୦୮ର ବ୍ୟବସ୍ଥା ଓ ମାଳମାଳ ସରକାରୀ ଯୋଜନା ଥିଲେ ମଧ୍ଯ ତା'ର ବ୍ୟତିକ୍ରମ ଦେଖିବାକୁ ମିଳିଛି ଖୋଦ୍ ଓଡ଼ଗାଁରେ। ଏନେଇ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ କୁହନ୍ତି, ନୟାଗଡ଼ ବିଧାୟକ ଏବେ ନିର୍ବାଚନ ପାଖେଇ ବାରୁ ଘନଘନ ଓଡ଼ଗାଁ ଗସ୍ତକୁ ଆସି ନିର୍ବାଚନ ହୁଡା ବାନ୍ଧୁଛନ୍ତି। କେତେ କ'ଣ ସମୀକ୍ଷା କରୁଛନ୍ତି। ଓଡ଼ଗାଁ ଡାକ୍ତରଖାନା କୁ ଚକଚକ୍ କରି ରୋଗୀ ରଖିବା ପାଇଁ ଯୋଜନା କରି ବିଲ୍ଡିଂ ସ୍ଥାପନ କଲେ ବୋଲି ବଡବଡ ଭାଷଣ ମାରୁଛନ୍ତି। କିନ୍ତୁ ରୋଗୀ ଆମ୍ବୁଲାନ୍ସ ରେ ବୁହା ନହୋଇ ପରିବା ବୁହା ଟ୍ରଲି ରେ ଆସିବା କେତେ ଯୁକ୍ତିଯୁକ୍ତ ବିଧାୟକ ନିଜେ ଉତ୍ତର ଜଣସାଧାରଣ ଙ୍କ ପାଖରେ ରଖନ୍ତୁ। 
ଏହା କଣ ବିଧାୟକଙ୍କୁ ୨୦ରୁ ଉର୍ଦ୍ଧ୍ବ ବର୍ଷ ନିର୍ବାଚିତ କରିବାର ପ୍ରତିଫଳ??? । ଗୋଟିଏ ପଟରେ  ସରକାରୀ ଯୋଜନା ଓ ଓଡ଼ଗାଁ କୁ ବିଧାୟକ ଅରୁଣ ସାହୁଙ୍କ ଘନଘନ ଗସ୍ତ ଓ ଅନ୍ୟପଟରେ  ରୋଗୀ ଟ୍ରଲି ରେ ବୁହା ହୋଇ ଡାକ୍ତରଖାନା ଆସିବା କୁ ଓଡ଼ଗାଁ ବାସୀ ଆଗାମୀ ଦିନରେ ବିଚାର କରିବେ। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇଙ୍କ ରିପୋର୍ଟ,୨୧/୯/୨୦୨୩----୭,୪୫ Sakhigopal News,21/9/2023

ads

Blog Archive

Popular Posts