ads

Breaking News

ଶିକ୍ଷା ବିଭାଗ ପକ୍ଷରୁ ଆଲୋଚନାଚକ୍ର




ଭଞ୍ଜନଗର----ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ  ଶିକ୍ଷା ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଉପରେ ଲିଖିତ ସଂଦର୍ଭଟିକୁ ଛାତ୍ରୀ  ରାଜଲକ୍ଷ୍ମୀ ମହାରଣା ପଠନ କରିଥିଲେ। ଏଥିରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ମୁଖ୍ଯ ଅଧ୍ୟାପିକା ତୃପ୍ତିମୟି ଦାସ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆସିଛି ସେନେଇ କହିଥିଲେ। ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ବିଭାସ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।  ରୂପେଲି ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ। ଛାତ୍ରୀ ତୁଳସୀ ବେହେରା,  ମୀରାବାଈ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୯/୨୦୨୩----୯,୨୦ Sakhigopal News,30/9/2023

ads

Blog Archive

Popular Posts