ads

Breaking News

୮୩ ଗ୍ରାମ ଧଳା ଜହର ଜବତ, ଯୁବକ ଗିରଫ


ପୁରୀ --- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପୁରୀ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସ୍ଵୟଂପ୍ରଜ୍ଞା ଶୁଭଦର୍ଶୀନୀ ଙ୍କ ନେତୃତ୍ୱରେ ଏକ ଟିମ ପୁରୀ ସଦର ଥାନା ଅଧୀନ ଗୋପିନାଥପୁର ନିକଟରେ ଥିବା u.p school ସାମ୍ନାରେ ଚଢ଼ାଉ କରିଥିଲେ । ଆକାଶ ଦାସ ବୟସ -୩୧ ବର୍ଷ ନାମକ ଜଣେ ଯୁବକଙ୍କୁ ଗିରଫ କରି ତାଙ୍କ ନିକଟରୁ 83 ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରିଥିଲେ । ନିମାପଡା ଅବକାରୀ ଥାନା କେସ ନଂ :- 127/23-24 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 8,30,000 ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।ଏହି ଚଢ଼ାଉରେ ଅବକାରୀ Staff- ଅଭିଜିତ ପ୍ରଧାନ, ବିଶ୍ୱଜିତ୍ ମହାପାତ୍ର,ସୁଭସ୍ମିତ ସାମନ୍ତରାୟ,ରମେଶ ମାଲିକ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୯/୨୦୨୩---୮,୪୫ Sakhigopal News,22/9/2023

ads

Blog Archive

Popular Posts