ads

Breaking News

ମିଳୁନି ଚିକିତ୍ସା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ବାସୀ ଭୋଗୁଛନ୍ତି ଦୁଃଖ


ନୟାଗଡ,   ରାଜ୍ୟର ବିକାଶ ପାଇଁ ସରକାର ଡିଣ୍ଡିମ ପିଟୁଥିବାବେଳେ ବର୍ଷ ବର୍ଷ ଧରି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଜଣସାଧାରଣ । ସୁଚନା ଯୋଗ୍ୟ ଯେ ଦଶପଲ୍ଲା ବ୍ଲକର ଚଢ଼େୟାପଲି, କଳସାଖମନ, ଦୁଢ଼ା, ନୂଆଗାଁ, ଭଳି ଉପାନ୍ତ ଅଞ୍ଚଳ ବାସୀ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଏବଂ ବିଦ୍ୟତୁ ଭଳି ନାନା ସମସ୍ୟାରେ ଅଞ୍ଚଳ ବାସୀ ସଢ଼ୁଛନ୍ତି।ଶରୀର ଅସୁସ୍ଥ ହେଲେ ଗ୍ରାମାଞ୍ଚଳରେ ଥିବା ବୈଦ୍ୟ ଏମାନଙ୍କ ପାଇଁ ଏକ ମାତ୍ର ସାହା ଭରସା।ଯାହାକି ନିମ୍ନ ମାନର ଔଷଧ ଦେଇ ଆଦିବାସୀଙ୍କୁଶୋଷଣ କରୁଥିବା କ୍ବାକ ଏ ସବୁ ପଞ୍ଚାୟତରେ ସର୍ବେ ସର୍ବା ସାଜିଛନ୍ତି।ଜ୍ୱର, ଝାଡା, ମ୍ୟାଲେରିଆ, କିଡ଼ିନ, ଆଦି ଛୋଟ ବଡ ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ମିଛ ସତ କହି ଚିକିତ୍ସା କରୁଥିବା ବେଳେ ଅନେକ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅନେକଙ୍କ ଜୀବନ ଝଡି ଯାଉଥିବା ଅଭିଯୋଗ ହେଉଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୯/୨୦୨୩----୧୦,୪୫ Sakhigopal News,14/9/2023

ads

Blog Archive

Popular Posts