ads

Breaking News

ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲରେ ହିନ୍ଦୀ ଦିବସ ପାଳିତ




ଭଞ୍ଜନଗର--- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲରେ ହିନ୍ଦୀର ପଖୱାଡା ପାଳନ କରାଯାଇଛି । ଆଜି ପଖୱାଡାର ଅନ୍ତିମ ଦିବସ ଉପଲକ୍ଷେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ  ହିନ୍ଦୀ ଦିବସର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ରଖିଥିଲେ ।  ଭାରତୀୟ ସମ୍ବିଧାନରେ ୧୪ ସେପ୍ଟେମ୍ବର ୧୯୪୯ ମସିହାରେ ହିନ୍ଦୀ ଭାଷାକୁ ରାଜଭାଷା ରୂପେ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା।ଏହି ଦିବସ ଟିକୁ ସେହି ଦିନଠାରୁ  ହିନ୍ଦୀ ଦିବସ ରୂପେ ପାଳନ କରାଯାଏ। ଏହି ପକ୍ଷ ମଧ୍ୟରେ ଡିଏଭି  ଭଞ୍ଜନଗର ବିଦ୍ୟାଳୟରେ  କବି ସମ୍ମିଳନୀ,ବାଦ ବିବାଦ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା,ହସ୍ତାକ୍ଷର ପ୍ରତିଯୋଗିତା ,କବିତା ଆସର ଭଳି  ବିଭିନ୍ନ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ହିନ୍ଦୀ ବିଭାଗ ତରଫରୁ ଶିକ୍ଷକ ଶ୍ରୀ ଗୋପାଳକୃଷ୍ଣ ଗୌଡ ପରିଚାଳନା କରିଥିଲେ। ବରିଷ୍ଠ  ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ସହଯୋଗ ପ୍ରଦାନ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୯/୨୦୨୩_---୮,୪୫ Sakhigopal News,15/9/2023

ads

Blog Archive

Popular Posts