ads

Breaking News

ନବଜ୍ୟୋତି କ୍ଲବ ଆନୁକୂଲ୍ଯରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ ପର୍ବ ପାଳିତ


ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଗଣ୍ଠିଆପାଲି ଠାରେ ନବଜ୍ୟୋତି କ୍ଲବ ଆନୁକୂଲ୍ଯରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ ପର୍ବ ପାଳିତ ହୋଇଯାଇଛି। ଏହି ଭେଟଘାଟ କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମ୍ବଲପୁରୀ ଗାୟକ ପଦ୍ମଶ୍ରୀ ଡଃ ଜିତେନ୍ଦ୍ର ହରିପାଲ, ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପ୍ରଦୀପ କୁମାର ଦେବତା, ବରଗଡ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ତଥା ପୂର୍ବତନ ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ, ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିତୁ ଭୋଇ, ପ୍ରତାପ ନାୟକ, ଜେମସ୍ ରନବିଡା, ଗୋପବନ୍ଧୁ ଭଏନା, ସମାରୁ ମାଝି, ପିଣ୍ଟୁ ହୋତା ଯୋଗ ଦେଇଥିଲେ।ଏହି ସମୟରେ ନବଜ୍ୟୋତି କ୍ଲବ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ମୁକେଶ ମାଝୀ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୯/୨୦୨୩----୭,୩୫ Sakhigopal News,21/9/2023

ads

Blog Archive

Popular Posts