ads

Breaking News

ଅଙ୍ଗନୱାଡ଼ି କେନ୍ଦ୍ର ରେ ରୋଷେଇ କରୁଥିବା ବେଳେ ସାପ କାମୁଡି ଦେବାରୁ ସହାୟିକା ଙ୍କ ମୃତ୍ୟୁ


 

ବାଙ୍କୀ, କଟକ -----ଅଙ୍ଗନ ୱାଡ଼ି କେନ୍ଦ୍ର ରେ ସାପ କାମୁଡ଼ାରେ ସହାୟିକା ଙ୍କର ମୃତ୍ୟୁ ହୋଇଯାଇଛି।  କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ବିଲିପଡା ଦୁଇ ନମ୍ୱର ଅଙ୍ଗନ ୱାଡ଼ି କେନ୍ଦ୍ର ରେ ଏକ ଦୁଃଖଦ ଘଟଣା ଘଟିଛି। ସହାୟିକା ସୁଲୋଚନା ସ୍ବାଇଁ କେନ୍ଦ୍ର ରେ ଶିଶୁ ଙ୍କ ପାଇଁ ଭୋଜନ ରୋଷେଇ କରୁଥିବା ବେଳେ ବିଷଧର ସାପ ଟିଏ ଆସି ହଠାତ୍ କାମୁଡି ଦେଇଥିଲା। ସାପ କାମୁଡିବା ପରେ ସଙ୍ଗେ ସଙ୍ଗେ ବାଙ୍କୀ ଡ଼ାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ଚିକିତ୍ସା ର  କିଛି ସମୟ ପରେ ଡାକ୍ତର ସହାୟିକା ଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ଖାନ ରେ ଏକ ଶୋକାକୁଳ ପରିବେଶ ଦେଖା ଯାଇଥିଲା।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୪/୯/୨୦୨୩----୮,୫୫ Sakhigopal News,14/9/2023

ads

Blog Archive

Popular Posts