ads

Breaking News

ସଡକ ସୁରକ୍ଷା ସଚେତନତା ସୃଷ୍ଟି ନିମନ୍ତେ ଧାବକଙ୍କ ଅଭିଯାନ


ପୁରୀ-----  ସଡକ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଧାବକ ଶ୍ରୀ ସିଦ୍ଧାର୍ଥ ଦାସ  ପୁରୀରେ ପହଞ୍ଚିଥିଲେ । କଳିଙ୍ଗ ଷ୍ଟାଡିୟମରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ପ୍ରାତଃ ସମୟରେ ସେ ବାଟମଙ୍ଗଳା ଠାରେ ପହଞ୍ଚିବା ପରେ ତାଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ମୋଟର ଯାନ ନିରୀକ୍ଷକ  ବାମଦେବ ସାହୁ, କନିଷ୍ଠ ମୋଟର ଯାନ ନିରୀକ୍ଷକ  ପ୍ରମୋଦ କୁମାର ସିଂ, ସଡକ ସୁରକ୍ଷା ଅଧିକାରୀ ଶଙ୍କର ନାରାୟଣ ଚୌଧୁରୀ ପ୍ରମୁଖ ସ୍ବାଗତ କରିଥିଲେ । ଧାବକ ଶ୍ରୀ ଦାସ ସିଂହଦ୍ବାର ଯାଇ ପତିତପାବନ ଦର୍ଶନ କରିବା ସହ ଗୁଣ୍ତିଚା ମନ୍ଦିର ଦେଇ ଗୋପ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକଲି ସେ ଜଗତସିଂହପୁର ଜିଲ୍ଲାକୁ ଯାତ୍ରା କରିବେ । ସେ ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ ଆଦି ଜିଲ୍ଲା ଦେଇ ପାଞ୍ଚ ଶହ କିଲୋମିଟର ଦୌଡିବା ସହ ଆସନ୍ତା ୨୦ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ । ସଡକ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଲାଗି ତାଙ୍କର ଏହି ପଦକ୍ଷେପକୁ ସବୁ ବର୍ଗରେ ପ୍ରଶଂସା କରାଯାଇଛି । ପୁରୀ ଗସ୍ତ ବେଳେ ରୋଟାରୀ, ଡିଫେନ୍ସ କ୍ଲବର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ଉତ୍ସାହିତ କରିଛନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ,୧୩/୨/୨୦୨୧---୩,୨୦

ads

Blog Archive

Popular Posts