ads

Breaking News

ଦେଢ଼ କୁଇଣ୍ଟାଲ ଭାଙ୍ଗ ଜବତ ; ଜଣେ ଗିରଫ


ପୁରୀ ----ଚନ୍ଦନ ପୁର ଅଞ୍ଚଳରେ ପୁଣି ଜିଲା ଅବକାରି  ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦେଢ଼ କୁଇଣ୍ଟାଲ ଭାଙ୍ଗ ଜବତ କରାଯାଇଛି। ଏହି ଘଟଣା କୁ ସଦାଶିବ ପାତ୍ର ନାମକ ଜଣେ ବ୍ୟକ୍ତି କୁ ଜିଲା ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବେଆଇନ ଭାବେ ଅଭିଯୁକ୍ତ ସଦାଶିବ ପାତ୍ର ଚନ୍ଦନପୁର ଅଞ୍ଚଳରେ ଭାଙ୍ଗ ବ୍ୟବସାୟ କରୁଥିବା ଜିଲା ଅବକାରୀ ବିଭାଗ ର ମୋବାଇଲ ଟିମ ପାଖରେ ଖବର ପହଞ୍ଚି ଥିଲା। ଏ ନେଇ ଅଭିଯୁକ୍ତ  ସାଦାଶିବ କୁ ଗିରଫ କରାଯାଇ ଥିବା ବେଳେ ୫ ବସ୍ତା ଭାଙ୍ଗ ଜବତ ହୋଇ ଥିଲା। ତେବେ ଦିନକୁ ଦିନ ଚନ୍ଦନ ପୁର ଅଞ୍ଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଇବା ରେ ଲାଗିଛି। ଯାହାକୁ ନେଇ ସ୍ତାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଜିଲା ଅବକାରୀ ବିଭାଗ ପକ୍ଷରୁ ଆହୁରି ଚଢ଼ାଉ କରାଯାଇ ନିଶା କାରବାର ପଛରେ ଥିବା ବ୍ୟକ୍ତି ଙ୍କୁ ଗିରଫ କରିବାକୁ ଦାବି ହୋଇଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts