ads

Breaking News

ଜଳ ବିହୁନେ ସର୍ବନାଶ,ଜଳ ବହୁଲେ ସର୍ଵନାଶ"


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-କେତେ ବେଳେ ପାଣି ଟୋପେ ପାଇଁ ଜୀବନ ଛଟପଟ ହୋଇପଡେ ତ ଆଉ କେତେବେଳେ ପାଣିର ଭୟଙ୍କର ତାଣ୍ଡବ ଲୀଳା ଲୋକଙ୍କୁ ବାସହରା କରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଥାଏ। ସେହିପରି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯାହା ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ସମେତ ଅନ୍ତରାଡ଼ି,ବେନିଆପାଲି ଓ ଘୁଘୁରା ପାଲି ଗ୍ରାମର ହଜାର ହଜାର ଲୋକଙ୍କ ଜୀବନ ପ୍ରତି ବିପଦ ମାଡି ଆସିଥିଲା।ଗତ ଶୁକ୍ରବାର ଦିନ ଠାରୁ ବନ୍ୟାଜଳ ତଥା ହୀରାକୁଦ ଜଳ ଭଣ୍ଡାରର ପଛୁଆ ପାଣି ଉକ୍ତ ଗ୍ରାମ ମାନଙ୍କରେ ପଶି ଲୋକେ ଜଳବନ୍ଦୀ ରେ ରହି ଶନିବାର ସ୍ଥିତି ଗମ୍ଭୀର ହୋଇ ପଡିଥିଲା।ଚିଖିଲି ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲିଛି।ସ୍ୱେଚ୍ଛାସେବୀ ତଥା ପ୍ରଶାସନିକ ଅଧିକାରୀ ଏବଂ ଅଗ୍ନିଶମ କର୍ମଚାରୀ ମାନେ ଉପସ୍ଥିତ ରହି ପରିସ୍ଥିତିକୁ ନଜର ରଖି ଡଙ୍ଗା ସାହାଯ୍ୟରେ ଗ୍ରାମବାସୀଙ୍କୁ ନିରାପଦ ସ୍ଥାନରେ ପହଞ୍ଚି ଅନେକେ ପକ୍କାଘର ଛାତ ଉପରେ ପାଣି ଘେରରେ ବନ୍ୟା ଭୟରେ ରାତି ଅନିଦ୍ରାରେ ରହିଥିଲେ। ବନ୍ୟା ପ୍ରପୀଡ଼ିତ ଙ୍କୁ ତୁରନ୍ତ ରିଲିଫ ଯୋଗାଇ ଦେବା ସହ କେମିତି ଭାବେ ଲୋକଙ୍କ ଜୀବନ ପ୍ରତି ବିପଦ ନ ଆସିବ ସେଥିପ୍ରତି ପ୍ରଶାସନର ତତ୍ପରତା ବୃଦ୍ଧି ପାଇଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....

ads

Blog Archive

Popular Posts