ads

Breaking News

ଲାଦେର ପାଳିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ



ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-   ବରଗଡ଼ ଜିଲ୍ଲା ଅତାବିରା ଏନଏସି ଲାଦେର ପାଲି ସ୍ଥିତ ରାମଚଣ୍ଡୀ ଜନ କଲ୍ଯାଣ ମଣ୍ଡପଠାରେ ଏନଏସି ଅଧ୍ଯକ୍ଷା ଦିପାଞ୍ଜଳୀ ଭୋରାସାଗର ଙ୍କ ସଭାପତିତ୍ବରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମୂଖ୍ଯ ଅତିଥି ରୁପେ ଯୋଗ ଦେଇଥିଲେ। ସେହିପରି ଏନ୍ଏସି କାର୍ଯ୍ଯନିର୍ବାହୀ ଅଧକାରୀ ଡ଼ଃ ତପସ୍ବିନୀ ଗୁରୁ, ଉପାଧ୍ଯକ୍ଷା ଜ୍ଯୋତିର୍ମୟୀ ଦାଶ ଓ ଜିଲ୍ଲା ବିଜେଡି ମହିଳା ସମିତିର ସଭାପତି ସୂଜାତା ପଣ୍ଡା ସମ୍ମାନୀତ ଅତିଥିରୁପେ ମଞ୍ଚାସୀନ ରହିଥିଲେ। ପ୍ରଦୀପ ପ୍ରଧାନ ମଞ୍ଚ ପରିଚାଳନା ସହ  ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ପରେ  ଲକଡାଉନ କଟକଣା ସହ କାର୍ଯ୍ଯ କ୍ରମର ଶୁଭାରମ୍ଭ ହୋଇଥିଲା। ଡଃ ତପସ୍ବିନୀ ଗୁରୁ ଏନ୍ଏସି ଦ୍ବାରା  ସମାପିତ ହୋଇଥିବା ସମସ୍ତ କାର୍ଯ୍ଯ କ୍ରମର ବିବରଣୀ ପାଠ କରିଥିଲେ । 
କରୋନା ଯୋଦ୍ଧା ଭାବେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ବାଦିକ ଓ ୱାର୍ଡ କାଉନ୍ ସିଲର ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ହେଲେ ଆଗ ଧାଡିରେ ଥିବା କରୋନାଯୋଦ୍ଧା ଯଥା ଆଶାକର୍ମୀ,ଅଙ୍ଗନୱାଡି କର୍ମୀ,ସ୍ବଚ୍ଛ ସାଥୀ ତଥା ସୁଇପରମାନେ ଏଥିରୁ ବାଦ୍ ପଡିଥିଲେ।ଏହି ଅବସରରେ କାଣ୍ଡପାଲିରୁ ଭୂର୍ଷିପାଲି ପର୍ଯ୍ଯନ୍ତ ଥିବା କଚ୍ଚା ରାସ୍ତାକୁ ମୂଖ୍ଯମନ୍ତ୍ରୀ ଯୋଜନା ରେ ସାମିଲ କରି ପକ୍କା ସଡକ ନିର୍ମାଣ କରାଯିବା ପାଇଁ ମୂଖ୍ଯ ଅତିଥି ଘୋଷଣା ମୂଳକ ପ୍ରତିଶୃତି ଦେଇଥିଲେ। ଆହୁରି ମଧ୍ଯ ଲକଡାଉନ କଟକଣାବେଲେ ଗ୍ରାମ ତଥା ସହର ମାନଙ୍କରେ ଥିବା ଏସ୍ ଏଚ୍ ଜି ଦଳର ମହିଳାମାନେ କିଛି ରୋଜଗାର କରି ବାର ସୁଯୋଗ ସୃଷ୍ଟି କରିବାପାଇଁ ମୂଖ୍ଯମନ୍ତ୍ରୀଙ୍କ ଦ୍ବାରା ବିଧାୟିକା ଫଣ୍ଡକୁ ଆସିଥିବା ଅର୍ଥରାଶି ପ୍ରଦାନ କରାଯିବ ବୋଲି  ବିଧାୟିକା ଘୋଷଣା କରିଥିଲେ। ଯେଉଁ ଅର୍ଥରେ ସେମାନେ ମାସ୍କ ତିଆରି କରି ବିକ୍ରି କରି କିଛି ରୋଜଗାର କରିପାରିବେ।ଏହି କାର୍ଯ୍ଯକ୍ରମରେ ଜିତେନ୍ଦ୍ର ଦାଶ, ସିଦ୍ଧାର୍ଥ ଶଙ୍କର ପଣ୍ଡା,ସୌମେନ ମୂଖାର୍ଜୀ,ବଳଦେବ ପ୍ରଧାନ,ବିଜେଡି କର୍ମୀ,ଏନଏସି ଷ୍ଟାଫ ପ୍ରମୂଖ ଉପ ସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....

ads

Blog Archive

Popular Posts