ads

Breaking News

ବଡ଼ଦାଣ୍ତରେ ଥିବା ବଗଲା ଧର୍ମଶାଳା ଜମିକୁ ପ୍ରଶାସନ ବିକ୍ରୀ କରିବା ପ୍ରତିବାଦରେ ପୁରୀ ବିଜେପି ପକ୍ଷରୁ ଧରଣା


ପୁରୀ- ପୁରୀ ବଡ଼ଦାଣ୍ତରେ ଥିବା ବଗଲା ଧର୍ମଶାଳା ଜମି ୬ ଜଣ ବିସ୍ଥାପିତଙ୍କୁ ପ୍ରଶାସନ ବିକ୍ରୀ କରିବା ପ୍ରତିବାଦ ରେ ପୁରୀ ବିଜେପି ପକ୍ଷରୁ ଧରଣା ଦିଆଯାଇଛି। ତୁରନ୍ତ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ରୁ ଓହରି ବଗଲା ଧର୍ମଶାଳା କୁ ଭକ୍ତ ଙ୍କ ଥଇଥାନ ଉଦେଶ୍ୟ ରେ ପ୍ରକଳ୍ପ କାର୍ଯ୍ୟ କରିବାକୁ ବିଜେପି ଦାବି କରିଛି। ବିଜେପି ଅଭିଯୋଗ କରିଛି ଜିଲା ପ୍ରଶାସନ ଷଡ଼ଯନ୍ତ୍ର କରି ଏହି ମୂଲ୍ୟବାନ ଜମି କୁ ଲଜିଂ ମାଲିକ ଙ୍କୁ ବିକ୍ରି କରିଛି। 
ସୂଚନା ଅନୁଯାୟୀ ବଗଲା ଧର୍ମଶାଳା  ସ୍ଥାନରେ ପ୍ରସାଦ ଯୋଜନାରେ ୧୮ କୋଟି ଟଙ୍କାର ଧର୍ମାଶାଳା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ବିକ୍ରୀ କରିଦିଆଯାଇଛି। ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ ମିଟର ଅଞ୍ଚଳରୁ ବିସ୍ଥାପିତ ହୋଇଥିବା ଲଜ ମାଲିକମାନଙ୍କୁ ଏହି ଜମିକୁ ବ୍ୟବସାୟୀକ ଭିତିରେ କିକ୍ରୀ କରାଯିବାକୁ ନେଇ ହାଇକୋର୍ଟରେ ମାମଲା ଥିବାବେଳେ ପ୍ରଶାସନର ଏହି ନିଷ୍ପତ୍ତି କୁ ନେଇ ଏବେ ପ୍ରଶ୍ନ ଉଠାଇଛି ବିଜେପି । ପୁରୀ ବଡ଼ଦାଣ୍ତର ମାର୍କେଟ ଛକ ଅଞ୍ଚଳରେ ଥିବା ବଗଲା ଧର୍ମାଶାଳା କୁ ବିସ୍ଥାପିତଙ୍କୁ ବିକ୍ରୀ କରାଯିବାକୁ ନେଇ ଆରମ୍ଭ ହୋଇଛି ଏହି ବିବାଦ। ଧର୍ମଶାଳା ଜମି ଭକ୍ତଙ୍କ ବ୍ୟବହାରରେ ଲଗାଇବା ପରିବର୍ତ୍ତେ ବିସ୍ଥାପିତ ହୋଇଥିବା ଲଜ୍ ମାଲିକମାନଙ୍କୁ ବିକ୍ରୀ ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts