ads

Breaking News

ବନ୍ୟା ଜଳରୁ ଉଦ୍ଧାର ହେଲେ ଚୁଡାମଣି


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଭେଡେନବ୍ଲକ ତାଳ ମେଣ୍ଡା,ରେମଣ୍ଡା ଦନ୍ତା ନଦୀ ବ୍ରିଜ ନିକଟରେ ଦେକୁଳବା ଗ୍ରାମର ଚୁଡାମଣି ଚାଉଳିଆ ଚାଷ ଜମି ଓ ନିକଟରେ ଗାଈ ବଳଦ ବାନ୍ଧିବା ପାଇଁ ଏକ ଗୁହାଳ ରହିଛି।ଲଗାଣ ବର୍ଷା ଯୋଗୁଁ ଉକ୍ତ ସ୍ଥାନକୁ ଦନ୍ତା ନଦୀର ବନ୍ୟା ଜଳ ପଶି ଆସିଥିଲା।ଏନେଇ ଚୁଡାମଣି ଗାଈ ବଳଦକୁ ଉଦ୍ଧାର କରିବାକୁ ଯାଇ ନିଜେ ବନ୍ୟା ଘେରରେ ଫସି ଯାଇଥିଲେ। ଗାଈ,ବଳଦ ପହଁରି ତ ବାହାରି ଆସିଲେ । ଚୁଡାମଣି ଖର ସ୍ରୋତ ଦେଖି ନିରୁପାୟ ହୋଇ ପଡ଼ିଥିଲେ । ଏହାକୁ ଦେଖି ସେହି ଆଖପାଖ ଅଞ୍ଚଳର ଚାଷୀ ମାନେ ସରପଞ୍ଚ ସମୀର ସେଠ ଙ୍କୁ ଫୋନ କରି ଖବର ଦେଇଥିଲେ ।
ବନ୍ୟା ଜଳରୁ ଚୁଡାମଣୀଙ୍କୁ ଉଦ୍ଧାର କରିବା ପାଇଁ ବ୍ଲକ ପ୍ରଶାସନ ଙ୍କୁ ଜଣାଇ ତାଙ୍କ ଉପସ୍ଥିତି କ୍ରମେ ଭେଡେନ ଅଗ୍ନିଶମ ବିଭାଗଙ୍କ ଦ୍ୱାରା ଚୁଡାମଣୀଙ୍କୁ ଉଦ୍ଧାର କରାଯାଇଥିଲା।ଏଥିରେ ଭେଡେନ ବ୍ଲକ ବିଡ଼ିଓ ମୁରଲୀଧର ନାଏକ,ତହସିଲଦାର ସୀମା ସବିତା କୁଲ୍ଲୁ ଓ ଆଖପାଖ ଅଞ୍ଚଳବାସୀ ମାନେ ଉପସ୍ଥିତ ରହିଥିଲେ ।  ଅଗ୍ନିଶମ ବିଭାଗ ଓ ଭେଡେନ ବ୍ଲକ ପ୍ରଶାସନ କୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରାଯାଇଛି।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....

ads

Blog Archive

Popular Posts