ads

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି



ଜଗତସିଂହପୁର ------ ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅଧିନ ଇବ୍ରିସିଂ ପଞ୍ଚାୟତର ଖନ୍ଦୋଳ ଗ୍ରାମରେ ଲଗାଣ ବର୍ଷାରେ ଏକ କଚ୍ଚାଘର ଭାଙ୍ଗି ଯାଇଛି। ଏହି ଘରେ ଥିବା ବାବାଜୀ ପଣ୍ଡା ଏବଂ ତାଙ୍କର ପତ୍ନୀ ଲକ୍ଷ୍ମୀପ୍ରିୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିରେ ଘରେଥିବା ଖାଦ୍ୟସଶ୍ୟ ସମେତ ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଘରେଥିବା ଏକ ସାଇକେଲ ମଧ୍ୟ ଏଥିରେ ଭାଙ୍ଗି ଯାଇଛି। ବାବାଜୀ ଜଣେ ପୂଜକ ଭାବରେ ବିଭିନ୍ନ ମନ୍ଦିରରେ ପୂଜାକରି ପରିବାର ଚଳାଇଥାନ୍ତି। ଏହି ଗରିବ ପରିବାରକୁ ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି। ଏ ସମ୍ପର୍କରେ ସଂପୃକ୍ତ ରାଜସ୍ବ ନୀରିକ୍ଷକ ରୋଜାଲିନ ପଣ୍ଡାଙ୍କୁ ପଚାରିବାରୁ ତଦନ୍ତ ପରେ ଯାହା ସରକାରୀ ନିୟମ ଆଧାରେ ସାହାଯ୍ୟ ଦିଆଯିବ ବୋଲି କହିଛନ୍ତି। ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର

ads

Blog Archive

Popular Posts