ads

Breaking News

ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୁର୍ନୀତି ଏବେ ପଦାରେ ପଡିଲା

 ପୁରୀ ----- ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୁନ୍ରୀତିଗସ୍ତ ୱେଲଫେୟାର କୋର୍ଡିନେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ଶ୍ରମ କମିଶନରଙ୍କୁ ଏକ ଦାବିପତ୍ର ଦିଆଯାଇଥିବା ଜଣାପଡିଛି । କୋର୍ଡିନେଟରଙ୍କ ଏକଚାଟିଆ  ମନୋମୁଖୀ କାର୍ଯ୍ୟକଳାପ ଓ ଦୁର୍ନୀତିରେ ଲିପ୍ତ ରହି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଆଭିମୁଖ୍ୟକୁ ଦୀର୍ଘଦିନ ହେବ ଅକାମି କରିସାରିଛନ୍ତି । ଏହାର ପ୍ରତିବାଦରେ ଓ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ନୟ ସମିତି, ପୁରୀ ଜିଲ୍ଲା କମିଟି ତରଫରୁ ଶ୍ରମ କମିଶନରଙ୍କ ଅନୁପସ୍ଥିତିରେ ଉପ ଶ୍ରମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । କାର୍ଯ୍ୟାଳୟରେ ୱେଲଫେୟାର କୋର୍ଡିନେଟର ନୂତନ ଶ୍ରମିକ ପଞ୍ଜିକରଣ, କାର୍ଡ ନବୀକରଣ ପାଇଁ ଅର୍ଥ ଦାବି କରୁଛନ୍ତି । ସେହିପରି ଶ୍ରମିକ ମାନଙ୍କୁ ଦିଆଯାଉଥିବା ଶିକ୍ଷାବୃତ୍ତି, ବିବାହ, ମୃତ୍ୟୁକାଳୀନ ଆଦି ସହାୟତା ପ୍ରଦାନ ସମୟରେ ଅର୍ଥ ଆଦାୟ କରାଯାଉଛି । ଯେଉଁ ୟୁନିୟନ ମାନେ ଟଙ୍କା ଦେବାକୁ ବିରୋଧ କରୁଛନ୍ତି ସେମାନଙ୍କ ସହାୟତା ଫର୍ମ ଗୁଡିକ ହଜାଇ ଦିଆଯାଉଛି ବା ନଷ୍ଟ କରି ଦିଆଯାଉଛି ।  କାର୍ଯ୍ୟାଳୟରେ ରାତିଯାପନ କରି କେତେକ ଅସାମାଜିକ ବ୍ୟକ୍ତି ବିଶେଷଙ୍କୁ ଡକାଯାଇ ଅଫିସ ମଧ୍ୟରେ ବିଭିନ୍ନ ଅପ୍ରୀତିକର କାର୍ଯ୍ୟ କରାଯାଉଛି ବୋଲି ଜଣାପଡିଛି ।ଯେଉଁ ଶ୍ରମିକ ୟୁନିୟନ ଏହାର ବିରୋଧ କରୁଛନ୍ତି ସେମାନଙ୍କୁ ଆକ୍ରମଣ କରାଯିବା ପାଇଁ ପରୋକ୍ଷ ଧମକ ଦିଆଯାଉଛି ।ଏପରିକି ଅଫିସ ଖର୍ଚ୍ଚ ନାମରେ ଅର୍ଥ ଆଦାୟ କରାଯାଉଛି । ଏ ସମସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ସମ୍ପୁକ୍ତ ୱେଲଫେୟାର କୋର୍ଡିନେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି । ସତାଦିନ ମଧ୍ୟରେ ଯଦି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସମନ୍ନୟ କମିଟି ତରଫରୁ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମେତ ପୁରୀ ଜିଲ୍ଲା  ଉପଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୁରଣ ପର୍ଯ୍ୟନ୍ତ ଦିବାରାତ୍ର ଧାରଣା ଚାଳୁ ରହିବ । ଏହି ପ୍ରତିନିଧି ମଣ୍ଡଳୀରେ ପଞ୍ଜିକୃତ ନିର୍ମାଣ ଶ୍ରମିକ ୟୁନିୟନର କର୍ମକର୍ତ୍ତାଙ୍କ ସହିତ ଏଚ୍‌. ଏମ୍‌. ଏସ୍ର ରାଜ୍ୟ ନେତା ବିରେନ୍ଦ୍ର ପ୍ରାତାପ ଦାସ, ସମନ୍ନୟ ସମିତିର ରାଜ୍ୟ ଆବାହକବିଜୟ ଜେନା, ବିଭିନ୍ନ ୟୁନିୟନରୁ ସୁରଜେନା, ଜିଲ୍ଲା ଆବାହକ ଞ୍ଜାନ ରଞ୍ଜନ ଦାସ ଓ ମଧୁ ସୂଦନ ପ୍ରଧାନ, ପ୍ରଶାନ୍ତ କୁମାର ବେହେରା, ଭୀମସେନ ସ୍ୱାଇଁ, ବିପିନ ନାୟକ, ସୁଧାଂଶୁ ସେନାପତି, ସ୍କୃତିରଞ୍ଜନ ଦାସ, ମହାବୀର ମିଶ୍ର, ବିପ୍ଳବ କେଶରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।  

 ଧୀରେନ୍ଦ୍ର ସେନାପତି 


ads

Blog Archive

Popular Posts