ads

Breaking News

ଫେରାର ଅଭିଯୁକ୍ତ ଗିରଫ

 ଡେଲାଙ୍ଗ ---- ଚୋରି ଅଭିଯୋଗରେ ଡେଲାଙ୍ଗ ପୋଲିସ ଫେରାର ଥିବା ଘନଶ୍ୟାମ ମଲ୍ଲିକ ଓରଫ ରବି (୫୦) ଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି । ସୁଚନା ଅନୁଯାଇ ଡେଲାଙ୍ଗ ଥାନା ଅଧିନସ୍ଥ ଜେନାପୁର ପଞ୍ଚାୟତ ଟୋଲାପଡା ଗ୍ରାମ ପ୍ରକାଶ ବେହେରାଙ୍କ ଘରୁ ଚୋରି ହୋଇଥିବା ନେଇ ପିପିଲି କୋର୍ଟରେ୧ସିସି କେଶ୍ ହୋଇଥିଲା । ଡେଲାଙ୍ଗ ପୋଲିସ ସେହି କେଶ୍‌ରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳଣ କରିଥିବା ବେଳେ ଜଣେ ଅଭିଯୁକ୍ତ ସେହି ଦିନଠାରୁ ଫେରାର ରହିଥିଲା । ଥାନା ଅଧିକାରୀ ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସହାୟକ ଉପ ଆରକ୍ଷୀ ନିରିକ୍ଷକ ଅଶୋକ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ କାକଟପୁର ଥାନା ଅଧିନସ୍ଥ ନାସିକିଶ୍ୱର ଗ୍ରାମରେ ଚଢାଉ କରି ଘନଶ୍ୟାମ ମଲ୍ଲିକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଡେଲାଙ୍ଗ ଥାନା କେସ୍ ନମ୍ବର୧୨୪/୨୦ ରେ ମଙ୍ଗଳବାର କୋର୍ଟ ଚାଳଣ କରାଯାଇଥିବା  ଥାନା ଅଧିକାରୀ ଶ୍ରୀପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

           

ads

Blog Archive

Popular Posts