ads

Breaking News

ଘର ଛାଡିବାକୁ କହିବାରୁ ମାରଣାତ୍ମକ ଆକ୍ରମଣ ; ଥାନାରେ ଅଭିଯୋଗ

 ଡେଲାଙ୍ଗ -----ଡେଲାଙ୍ଗ ଥାନା ଅନ୍ତର୍ଗତ ଝାରପଡା ଗ୍ରାମର ସୁରେନ୍ଦ୍ର ବେହେରାଙ୍କର ତିନି ବଖରା ଚାଳ ଘର ଖାଲି ପଡିଥିଲା । ପଡିଶା ଘରର ବୁଲୁ ବେହେରା (୪୮), ପ୍ରଦ୍ୟୁମ୍ନ ବେହେରା( ୫୨), ଅକ୍ଷୟ ବେହେରା(୪୨) ଓ ଅମୀୟ ବେହେରା(୩୮) ସୁରେନ୍ଦ୍ରଙ୍କୁ କହି ଉକ୍ତ ଘରେ ରହି ଆସୁଥିଲେ । ୧୪ ତାରିଖ ରାତି ୧୧ଟା ସମୟରେ ସୁରେନ୍ଦ୍ର ଏହି ଚାରିଜଣଙ୍କୁ ଡାକି ତମେ ମାନେ ଏତେ ଦିନ ରହିଲଣି ଏବେ ମୋ ଘର ଛାଡ ବୋଲି କହିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତଳେ ପକାଇ ମାଡ ମାରିବା ସହ ଅମୀୟ ହାତରେ ଧରିଥିବା ଟର୍ଚ୍ଚରେ ବାଡେଇ ଦେବାରୁ ମୁଣ୍ଡ ଫାଟି ରକ୍ତ ବୋହିଥିଲା । ତାଙ୍କ ପାଟିଶୁଣି ସୁରେନ୍ଦ୍ରଙ୍କ ଝିଅ ପ୍ରଭାଶିନୀ ବେହେରା ଓ ସୁରେନ୍ଦ୍ରଙ୍କ ସ୍ତୀ ସୁରେନ୍ଦ୍ରଙ୍କୁ ବଞ୍ଚାଇବା ପାଇଁ ଯିବାରୁ ସେମାନେ ସୁରେନ୍ଦ୍ରଙ୍କୁ ଛାଡି ଦେଇ ପ୍ରଭାଶିନୀଙ୍କୁ ଧରି ତାଙ୍କର ଲୁଗା, ବ୍ଳକାଉଜ ଚିରିବା ସହ ଲଙ୍ଗଳା ମୁକୁଳା କରି ଛାତି ଓ ଶରିରର ବିଭିନ୍ନ ଅଂଶକୁ ମାଡ ମାରିବା ସହ ସୁରେନ୍ଦ୍ରଙ୍କ ସ୍ତୀକୁ ମଧ୍ୟ ଅଭିଯୁକ୍ତ ମାନେ ମାଡ ମାରିଥିଲେ । ଏ ସମ୍ପର୍କରେ କହାକୁ ବା କେଉଁଠି ଅଭିଯୋଗ କଲେ ତମ ବଂଶ ଲୋପ କରିଦେବୁ ବୋଲି ଧମକ ଦେଇଛନ୍ତି ବୋଲି ଡେଲାଙ୍ଗ ଥାନାରେ ପ୍ରଭାଶିନୀ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗଥାନା କେସନଂ ୧୧୬/୨୦ରେ ଏକ କେସରୁଜ କରିବା ସହ ୩୪୧, ୨୯୪/୩୨୩/୩୨୫/୩୫୪ ( ବି) /୫୦୬ ଓ ୩୪ଆଇପିସି  ଦଫା ଲାଗିଥିବା ଜଣାପଡିଛି । ବହୁ ଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି  ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାକୟ କହନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts