ads

Breaking News

୬ଜଣ ଗିରଫ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ

   

ପୁରୀ---- ପୁରୀ ର କୁମ୍ଭାର ପଡା ପୋଲିସ ଏକ ଡକାୟତି ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି।  ଏହି ଡକାୟତ ମାନେ ଆଶ୍ରମ ଛକ ନିକଟରେ ଠିଆ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଚଢ଼ାଉ କରିଥିଲା। ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ନିକଟ ରୁ ବିଭିନ୍ନ ମାରଣାସ୍ତ୍ର ସମେତ ତ ୪୫୦୦ଟଙ୍କା , ୨ ଟି ବୋମା , ଆଦି ଜବତ କରିଛି ପୋଲିସ।ଏମାନେ ବିଭିନ୍ନ ମାମଲା ରେ ପୂର୍ବରୁ ଜଡିତ ଥିବା ପୋଲିସ ସୂଚନା ଦେଇ ଥିବା ବେଳେ ଆଉ କେଉଁଠି କଣ ଅପରାଧ କରିଛନ୍ତି ତାହା ପୋଲି ସ ତଦନ୍ତ କରୁଛି। ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ  ୨ଜଣ ରାଜସ୍ଥାନ , ଜଣେ ପଶ୍ଚିମ ବଙ୍ଗ ର ବୋଲୀ ଜଣାପଡ଼ିଛି। ତେବେ ପୁରୀ ରେ ଗତ କିଛିଦିନ ତଳେ କିଛି ଡକାୟତି ଘଟଣା ରେ ଏମାନଙ୍କ ହାତ ଥିବା ନେଇ ପୋଲିସ ତଦନ୍ତ ରୁ ଜଣାପଡିଛି। ତେବେ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ପୋଲିସ ଅଭିଯୁକ୍ତ ଙ୍କୁ ରିମାଣ୍ଡ ରେ ଆଣି ପଚରାଉଚରା କରିବ ବୋଲି ଜଣାପଡିଛି।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts