ads

Breaking News

ଜଳ ସମ୍ପଦ ମନ୍ତ୍ରୀ ଓ ପାରାଦୀପ ବିଧାୟକଙ୍କ ତିର୍ତ୍ତୋଲ ବନ୍ୟାଞ୍ଚଳ ପରିଦର୍ଶନ


 କୁଜଙ୍ଗ ----   ଉପର ମୁଣ୍ଡରେ ବର୍ଷା ହେବା ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ  ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ବନ୍ୟାଞ୍ଚଳରେ ଥିବା ତିର୍ତ୍ତୋଲ ବ୍ଲକର କୋଲର, ସାମନ୍ତରାପୁର,ସଚ ପୋରଗଦେଇ ପ୍ରଭୃତି ପଞ୍ଚାୟତ ଗସ୍ତ କରିଥିଲେ। ମହାନଦୀର ବାମ ପାର୍ଶ୍ବ ବନ୍ଧ ସହିତ ମହାନଦୀର ଶାଖା ନଦୀ ପାଇକାର ଦକ୍ଷିଣ ପାର୍ଶ୍ବ ବନ୍ଧର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ଢଣୁଆ ନଦୀରେ ଦଳ ଭର୍ତ୍ତୀ ହୋଇ ଉଦବୃତ୍ତ ବର୍ଷାଜଳ ନିସ୍କାସନ ନହୋଇ ପାରୁଥିବା ସ୍ଥିତିର ମଧ୍ୟ ମନ୍ତୀ  ଅନୁଧ୍ୟାନ କରିଥିଲେ। ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ଅନ୍ୟ ବିଭାଗିୟ ଅଧିକାରୀ ପାରାଦୀପ ବିଧାୟକଙ୍କ ଜିଲା ପ୍ରତିନିଧି ଗଗନ ବିହାରୀ ପୃଷ୍ଟି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, କୋଲର ସରପଞ୍ଚ ଦିପ୍ତିମୟୀ ରାୟ, ସମିତିସଭ୍ୟ ରଞ୍ଜିତ ପାଲ୍, ସାମନ୍ତରାପୁର ସରପଞ୍ଚ ମନୋଜ ବେହେରା, ପୁର୍ବତନ ସମିତିସଭ୍ୟ ସୂର୍ଯ୍ୟ ନାରାୟଣ ବେହେରା, ପୁର୍ବତନ ସରପଞ୍ଚ ସରୋଜ ଦାସ ପ୍ରମୁଖ ସାମିଲ ହୋଇ ନଦୀବନ୍ଧ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର

ads

Blog Archive

Popular Posts