ads

Breaking News

ବରଗଡ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ JEE/NIIT ପରୀକ୍ଷା ସ୍ଥଗିତ ଦାବି ରେ ବିକ୍ଷୋଭ

 

ବରଗଡ଼---- ବରଗଡ ଜିଲ୍ଲା ଯୁବ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ ଙ୍କ ନେତୃତ୍ୱ ରେ ଆଗାମୀ ଦିନ ରେ ହେବାକୁ ଥିବା JEE/NIIT ଏବଂ ସମସ୍ତ ପରୀକ୍ଷା କୁ କୋଭିଡ ମହାମାରୀ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି । ଏହି ପରିପେକ୍ଷି ରେ ଶ୍ରୀ ସାହୁ କହିଛନ୍ତି ଯେ ମୋଦି ସରକାର  କରୋନା ମହାମାରୀ ସମୟ ରେ ପରୀକ୍ଷା କରାଇବା ଛାତ୍ର ଛାତ୍ରୀ ମାନଙ୍କୁ ମୃତ୍ୟୁ ମୁଖ କୁ ଠେଲିବା ଭଳିଆ ପ୍ରୟାସ କରୁଛନ୍ତି ।  ଏହାକୁ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତୀବ୍ର ବିକ୍ଷୋବ କରିବା ସହିତ ଦାବି ଜଣାଇଛନ୍ତି ଯେ ସମସ୍ତ ପରୀକ୍ଷା କୁ ସ୍ଥଗିତ ରଖାଯାଉ ! ଏଥିରେ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଚେୟାରମେନ ଅଭିଳାଷ ପତି,ଯୁବ ଆଇ.ଏନ. ଟିୟୁସି ଜିଲ୍ଲା ସଭାପତି ଆଶିଷ ବେହେରା,ପପୁ କୁମ୍ଭାର,ଅମିତ ନାୟକ,ଅଭିଷେକ ନାୟକ,ସୁବ୍ରତ ନାୟକ,ଗୋବିନ୍ଦ ମେହେର, ଆଜାଦ ପତି, ପିକୁନ ନାୟକ,ବିମଲ ସିକା, ସୁବୋଧ ସ୍ୱାଇ, ରିଙ୍କୁ ଦାସ ସୁଶାନ୍ତ ସାହୁ କାର୍ଯ୍ୟକାରୀ ସଭାପତି, ବରଗଡ ଜିଲ୍ଲା ଯୁବ କଂଗ୍ରେସ କମିଟି ପ୍ରମୁଖ ଉପସ୍ଥିତ ଥିଲେ।
 ବରଗଡ଼ ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive