ads

Breaking News

ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ

 ଡେଲାଙ୍ଗ -----ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତି ଅବସରରେ ଓଡିଶା ପ୍ରସିଦ୍ଧ ଶ୍ରୀ ଶ୍ରୀ ପଶ୍ଚିମାସମ୍ଭୁ ବାବା ସୋମନାଥଦେବଙ୍କ ବିଜେସ୍ଥଳୀ ହରିରାଜପୁର ମେଳଣ ପଡିଆରେ  ପୁରୀ ଜିଲ୍ଲା କଂଗ୍ରେସ କମିଟି ଆନୁକୁଲ୍ୟରେ  ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ ଓ  ସ୍ଥାନୀୟ ଜନସାଧାରଣଙ୍କୁ ଫଳଚାରା ବଣ୍ଟନ ଅନୁଷ୍ଠିତ ହୋଇଯାଇଛି । ପୁରୀଜିଲ୍ଲା କିଷାନ କଂଗ୍ରେସ ସଭାପତି ମକର ପ୍ରଧାନଙ୍କ ତତ୍ୱବଧାନରେ ଆୟୋଜିତ ସୁନ୍ଦର ପୃଥୀବି ଓ ସୁସ୍ଥ ସବୁଜିମା ପରିବେଶ ଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକ,ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା ଆଇନୀଜିବି ନିଶିକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଫଳଚାରା ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଶ୍ୱତାପାୟନରେ ଜର୍ଜରିତ ଜିବ ଜଗତକୁ  ବଞ୍ଚାଇ ରଖିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ କରାଯିବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ମୁଖପାତ୍ର ଶ୍ରୀମିଶ୍ର କହିଥିଲେ । ଏହି ଜୟକୃଷ୍ଣ ପ୍ରଧାନ,ବିଷ୍ଣୁ ଚରଣ ପାତାଳାସିଂହ, ସେକ ମେହେବୁବୁ, ସୁବୋଧ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ । ଆଗାମୀଦିନରେ ସମଗ୍ର ଜିଲ୍ଲାରେ ଏହି ବୃକ୍ଷ ରୋପଣ କାର୍ଯ୍ୟ ବ୍ୟାପକଭାବେ କରାଯିବ ବୋଲି ଜିଲ୍ଲା କିଷାନ କଂଗ୍ରେସ ସଭାପତି ଶ୍ରୀପ୍ରଧାନ ସୁଚନା ଦେଇଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts