ads

Breaking News

ବିଷାକ୍ତ ନୁଡୁଲସ(ଚାଉମିନ ) ଖାଇ ସାତ ଗୋରୁ ମୃତ



ଜଟଣୀ - ଜଟଣୀ ପୌର ପରିଷଦ ଅନ୍ତର୍ଗତ ଷଣ୍ଢ ପୁର ମୌଜାରେ ଥିବା ପଥରଖଣି ରେ ଜୟ ବାଲାଜୀ ଫୁଡ୍ ପ୍ରଡକ୍ଟ ର ଚାଓମିଁନ୍ ପ୍ରାୟ ପଚାଶ ପ୍ୟାକେଟରୁ ଉର୍ଦ୍ଧ୍ୱ ଖୋଲାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।ସେଠାରେ ପଡ଼ିଥିବା ଚଓମିଁନ୍ ଖାଇ ଆଠ ରୁ ଅଧିକ ଗୋରୁ ମରି ପଡ଼ିଥିବା ଦେଖି ସ୍ଥାନୀୟ ମା କାଳୀକା କ୍ଲବର ଯୁବକ ମାନେ ଏକାଠି ହୋଇ ଖୋଜା ଖୋଜି କରିଥିଲେ ।  କେଁଉଁ କାରଣରୁ ଗୋରୁ ମରୁଛନ୍ତି ଏହା ଉପରେ ତଦନ୍ତ କରି ଦେଖିବାକୁ ପାଇଲେ ଖଣିରେ ପଡ଼ିଥିବା ସେହି ଚାଉମିନ ଖାଉଥିବା ଦେଖିବାକୁ ପାଇ ଗୋରୁଙ୍କୁ ଘଉଡ଼ାଇ ଦେଇଥିଲେ । ଏହି କଥାକୁ ନେଇ ପୋଲିସ ପ୍ରଶାସନ ଏବଂ  ଜିଲ୍ଲା ପ୍ରଶାସନ ଜୟ ବାଲାଜୀ ଫୁଡ୍ କମ୍ପାନୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୁବକ ମାନେ ଦାବି କରିଛନ୍ତି।
ଜଟଣୀରୁ -ରଙ୍ଗନାଥ ବେହେରା 

ads

Blog Archive

Popular Posts