ads

Breaking News

୨୪ ଘଣ୍ଟା ଭିତରେ ପୁରୀ ଜିଲ୍ଲାରେ ୬୮ ଜଣ କୋଭିଡ ପଜେଟିଭ

ପୁରୀ---୨୪ ଘଣ୍ଟା ଭିତରେ ପୁରୀ ଜିଲ୍ଲାରେ ୬୮ ଜଣ କୋଭିଡ ପଜେଟିଭ ବାହାରିଛନ୍ତି। ଏହାକୁ ମିଶାଇ ମୋଟ କୋଭିଡ ସଂକ୍ରମିତ ଙ୍କ  ସଂଖ୍ୟା  ୧୮୬୦ରେ ପହଁଚିଛି ପୁରୀ ଜିଲ୍ଲାରେ। ୭୪୫ଟି ଆକ୍ଟିଭ କେସ ରହିଛି। ତେବେ୧୧୦୪  ଜଣଙ୍କୁ ଡି ସ ଚା ର୍ଯ୍ୟ କରାଯାଇଛି। ମୋଟ ଆଜି ପର୍ଯ୍ୟନ୍ତ୪୧,୧୭୫ ଟି ସାମ୍ପୁଲ ସଂଗ୍ରହ କରାଯାଇଛି। ଜିଲ୍ଲାରେ ଅରୋଗ୍ୟ ହାର  ୫୯.୩୫ପ୍ରତିଶତ ରହିଛି। ତେବେ ପୁରୀ ଜିଲ୍ଲାରେ ପୁରୀ ପୌର ପାଳିକା ଅଞ୍ଚଳରେ ସର୍ବାଧିକ କୋଭିଡ ସଂକ୍ରମିତ ହୋଇ ଛନ୍ତି।  ୬୧୭ଜଣ କୋଭିଡ ସଂକ୍ରମିତ ହୋଇ ଥିବା ବେଳେ ୨୮୪ ଟି ଆକ୍ଟିଭ କେସ ଓ ୧୦ଟି ଅଞ୍ଚଳରେ କଣ୍ଟେନମେଣ୍ଟ ଯୋନ ରହିଛି। ତେବେ କୋଭିଡ କୁ ନେଇ ଲୋକ ମାନେ ସତର୍କ ହେବାକୁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts