ads

Breaking News

୭୪ ତମ ସ୍ୱାଧିନତା ଦିବସ ପାଳିତ

 ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଗମ୍ମୁ ପଞ୍ଚାୟତ କୂଳସାହ ଗ୍ରାମର କାର୍ତ୍ତଶ୍ୱର ଯୁବ ସଂଗଠନ ପକ୍ଷରୁ ୭୪ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ବକ୍‌ୃତା ଓ ଏକ ସଭାର ଆୟୋଜନକରାଯାଇଥିଲା ।  ବୃଦ୍ଦିଜୀବି ସଚିଦାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ହେମନ୍ତ ମହାପାତ୍ର,ପାଣ୍ଡବ ମହାପାତ୍ର,ଅନୁରୋଦ୍ଧ ନାୟକ, ପଶୁରାମ ବିଶ୍ୱାଳ ଓ ଦିନବନ୍ଧୁ ଜେନା ପ୍ରମୁଖ ସମ୍ମନୀତ ଅତିଥିଭାବେ ଯୋଗଦାନ କରି ଭାରତ ସ୍ୱାଧିନତାର ଇତିହାସ ବିଷୟରେ ଆଲୋଚନା କରିଥିଲେ । ଜାନକି ତ୍ରିପାଠୀ,ସିତାରାଣି ଦେଓ,ସମାଜସେବୀ ସତ୍ୟ ରଂଜନ କରଙ୍କୁ ମରୁଝରି କ୍ଲବଙ୍କୁ  ସମ୍ବଦ୍ଧିତ କରିଥିଲେ । ଦିନବନ୍ଧୁ ନାୟକଙ୍କ ଦ୍ୱାରା ପତକା ଉତ୍ତୋଳନ କରିଥିବା ବେଳେ ମାର୍କଣ୍ଡ ଚରଣ ନାୟକ ସଂଚାରଣ କରିଥିଲେ । ଅନୁଷ୍ଠାନର ସଭାପତି ବିଶ୍ୱ ରଂଜନ ଓଝା ଅତିଥି ପରିଚୟ ଓ ସମ୍ପାଦନା ବିଭୁଦତ୍ତ ନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଶେଷରେ ସମ୍ପାଦକ ବିଶ୍ୱରଂଜନ ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ସେହିପରି ବରୀ ତହସିଲରେ ତହସିଲଦାର ସରୋଜକାନ୍ତ ନାୟକ,ବ୍ଲକରେ ସୁବାସିନି ଶର୍ମା,ଥାନାରେ ଥାନା ଅଧିକାରୀ ଅଜୟ କୁମାର ଜେନା ପ୍ରମୁଖ ଜାତୀୟ ପତାକା ଉତ୍ତତ୍ତୋଳନ କରି ଥିବା ବେଳେ ବରୀ ବ୍ଲକର ସମସ୍ତ ସ୍କୃଲ, କଲେଜ, ବିଦ୍ୟୁତ ବିଭାଗ,ରେଷ୍ଟି ଅଫିସ,ମେଡିକାଲ, ଜଳ ସଂମ୍ପଦ ବିଭାଗ ସମସ୍ତ ପଂଚାୟତ ଓ କ୍ଲବମାନଙ୍କରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଥିଲା । କୋଭିଡ-୧୯ ଆଇନକୁ ମାନି ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଯାଜପୁର ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts