ads

Breaking News

ଧାରଣା ସହିତ ମାରୁତି ସେନା ସାମିଲିହେଲା

 


 ପୁରୀ ----- ବଗଲା ଧର୍ମଶାଳାକୁ ପ୍ଳଟିଂ କରି ବିକ୍ରୟକୁ ତୁରନ୍ତ ବନ୍ଦ କରିବା ଆଦି ଦାବୀରେ ପୁରୀ ବିଜେପି ପକ୍ଷରୁ ଧାରଣା ଜାରି ରହିଛି । ଗରିବ ଯାତ୍ରୀଙ୍କ ବିଶ୍ରାମ ସ୍ଥଳକୁ ପ୍ଳଟିଂ କରି ଶାଗ ମାଛ ଦରରେ ବିକ୍ରୟ କରିବାକୁ ସହଜରେ ବିଜେପି ଗ୍ରହଣ କରି ପାରୁନାହିଁ । ଏହି ଧାରଣାକୁ ଅଧିକ ମଜବୁତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ସହଯୋଗ ମଳିବା ଆରମ୍ଭ ହୋଇଛି ।  ଏହି ଧାରଣାରେ ପ୍ରଭଞ୍ଜନ ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଦାଶ, ମାରୁତି ସେନାର ରାଜ୍ୟ ସମ୍ପାଦକ ପଫୁ ଦଳବେହେରା, ଦେବ ପ୍ରସାଦ ସ୍ୱାଇଁ,ପଦିଆ ନାୟକ, ମନୋଜ ବିଶୋଇ, ଅନିଲ ସ୍ୱାଇଁ, ଶ୍ରଧର ଆଚାର୍ଯ୍ୟ, ସୁକାନ୍ତ ପରିଡା, ସଞ୍ଜୟ ପ୍ରଧାନ, ଦିନବନ୍ଧୁ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ପୁରୀରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts