ads

Breaking News

ବନ୍ୟାଞ୍ଚଳ ବୁଲିଲେ ବିଜେପି ନେତା ବିଶ୍ୱଜିତ

କୋରେଇ-କିଛି ଦିନ ଧରି ଲଗାଣ ବର୍ଷା ଫଳରେ ଏବେ ଯାଜପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ କୋରେଇ ବ୍ଲକର ଅନେକ ପଞ୍ଚାୟତ ଏବେ ଜଳାର୍ଣ୍ଣବ । ବନ୍ୟାରେ ପ୍ରଭାବିତ କୋରେଇ ବ୍ଲକର  ମୂଳାପାଳ, ଅମୃତିଆ, ଗୌରପୁର, ଅସନଝର, ରଣପୁର ପଞ୍ଚାୟତକୁ ବିଜେପି ନେତା ବିଶ୍ୱଜିତ୍ ନାୟକ ଗସ୍ତ କରି ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚାଇ ଥିଲେ । ରାମକୃଷ୍ଣପୁର, ସାଲବା, ରଣପୁର, ବନ୍ଦାଳ, ମକୁନ୍ଦପୁର ସମେତ ଅନେକ ଗାଁ ଏବେ ଜଳବନ୍ଦୀ । ଏହି ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ କହିଲେ ଚଳେ । ଏମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ସେମାନଙ୍କ ପାଇଁ ଶୁଖିଲା କିମ୍ବା ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।
ଶ୍ରୀଯୁକ୍ତ ନାୟକଙ୍କ ସହ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରକାଶ ଧଳ, ଯୁବନେତା ବିକ୍ରମ ବିଶ୍ଵାଳ, ପ୍ରମୋଦ ନାୟକ, ସମିତି ସଭ୍ୟା ଜୟନ୍ତୀ ସାହୁ, ଉଦୟ ପରିଡ଼ା, ବିଜୟ ଘଡେଇ, ଶଶି ଭୂଷଣ ସେନାପତି, ସୁଭଞ୍ଜନ୍ ସାହୁ, ସୁରେଶ ସାହୁ, ପ୍ରତାପ ସାହୁ, ସରୋଜ ସାହୁ, ବିଦ୍ୟାଧର ସାହୁ,  ବୀରକିଶୋର ସାହୁ, ସନାତନ ସାହୁ, ସୁଶାନ୍ତ ଜେନା, ଆନନ୍ଦ ସିଂ, ରାଜେନ୍ଦ୍ର ଭୂତିଆ ପ୍ରମୁଖ ଉପସ୍ଥିତ ଥିଲେ ।

ads

Blog Archive

Popular Posts