ads

Breaking News

ସାରା ଦିନ ବେପାର ଚଲାଇଛନ୍ତି କିଛି ଅସାଧୁ ବ୍ୟବସାୟୀ


କନ୍ଧମାଳ--- ସରକାର ଓ ଜିଲ୍ଲା ପ୍ରଶାସନ ଲକଡାଉନ ପାଇଁ କିଛିକାଶଂରେ କୋହଳ କରିଛନ୍ତି ।ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ସକାଳ ସମୟରୁ ଦିନ ଏଗାରଟା ସମୟ ପଯ୍ୟନ୍ତ ଖୋଲା ରହିବାକୁ କରିଛନ୍ତି ନିୟମ  ।କିନ୍ତୁ କିଛି ବ୍ୟବସାୟୀ ଏହି ନିୟମକୁ ଖୁଲାମଖୁଲା ଉଲଘଂନ କରିବା ସହିତ ଦିନ ସାରା ଦୋକାନ ଖୋଲି ବେପାର କରୁଛନ୍ତି । ରାସ୍ତା ଉପରେ ନିଜର ଗାଡି ଥୋଇ ରାସ୍ତା ଅବରୋଧ କରୁଛନ୍ତି , କହିଲେ ଗାଳି କରୁଛନ୍ତି। ନିଜ ଘରେ ଦୋକାନ ଥିବାରୁ ଦିନସାରା ବ୍ୟବସାୟ କରିଥାନ୍ତି  । କିଛି ଗଳି,କନ୍ଦିରେ ଥିବା ଦୋକାନ ଗୁଡିକ ଲକ୍ ଡାଉନ ନିୟମ ମାନୁ ନାହାନ୍ତି । ଯୁବକ ମାନେ ରାସ୍ତା ଉପରେ ଗାଡିରଖି ସେଠାରେ ଗହଳି କରିଥାନ୍ତି । ଏହି ବିଷୟକୁ ଯିଏ କହୁଛି ବ୍ୟବସାୟୀ ତାଙ୍କୁ ଦୁବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।ଯାହା ଫଳରେକି ସେହି ରାସ୍ତା ଜାମ ହୋଉଥିବା ଜଣାପଡିଛି ।ପୋଲିସ ଗାଡି ଏହି ସମସ୍ତ ଗଳିରେ ପେଟ୍ରୋଲିଂ ପାଇଁ ଦାବୀ ହୋଉଛି ।ଏପଟେ ଦୋକାନକୁ ୧୧ଟା ପରେ ଦିନସାରା ଖୋଲି ଗହଳି କରି ବେପାର କରୁଥିବା ବ୍ୟବସାୟୀଙ୍କ ଉପରେ କଠୋର କାଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଉଅଛି ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts