ads

Breaking News

ସୁରାଟରୁ ଓଡ଼ଗାଁ ଫେରୁଛନ୍ତି ୪୦ଜଣ

ଓଡ଼ଗାଁ- ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପ୍ରାୟ ୩୬ଜଣ ଶ୍ରମିକ ଓଡ଼ଗାଁ ଫେରୁଛନ୍ତି ।ଏମାନଙ୍କ ମଧ୍ୟରେ ଓଡ଼ଗାଁ ବ୍ଲକ ସାକେରି ଗ୍ରାମପଞ୍ଚାୟତ ଏବଂ ଗିରିଡିପଲ୍ଲୀ ଗ୍ରା.ପର ୩୨ ଜଣ ରହିଥିବା ବେଳେ ଆଉ ୪ ଜଣ ଗଂଜାମ ଜିଲ୍ଲା କରସିଙ୍ଗି  ଅଞ୍ଚଳର ବୋଲି ସାକେରି ଗ୍ରାମର କାଳୁ ସେଠି ନାମକ ଜଣେ ଯାତ୍ରୀଙ୍କ ଠାରୁ ସୁଚନା ମିଳିଛି । ସେମାନେ ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ଗାଁରେ  ପହଞ୍ଚିବେ ବୋଲି ମଧ୍ୟ ସୂଚନା ମିଳିଛି ।ଅନୁରୂପଭାବେ ସୁନାମୁଁହି ଗ୍ରାମପଞ୍ଚାୟତର ୪ ଜଣ ବସ ଯୋଗେ ସୁରାଟରୁ ଫେରୁଛନ୍ତି ।ସମସ୍ତ ଶ୍ରମିକ ପହଞ୍ଚବା   ପରେ ସେମାନଙ୍କୁ କ୍ବାରେଣ୍ଟାଇନ ଗୃହରେ ରଖିବା ସହ ସମସ୍ତଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯିବ । ପ୍ରଶାସନ ଏଥିପ୍ରତି ସତର୍କ ଥିବା କଥା ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତ ସିଂହାର କହିଛନ୍ତି ।ଗତକାଲି ଓଡ଼ଗାଁ ଏନ.ଏ.ସି ଏବଂ ରବିଗାଡ଼ିଆର ଦୁଇ ମିସ୍ତ୍ରୀ ସାଇକେଲ ଯୋଗେ ବିହାରରୁ ୧୨୦୦କି.ମି ଅତିକ୍ରମ କରି ଓଡ଼ଗାଁ ପହଞ୍ଚବା ପରେ ସେମାନଙ୍କୁ ସଙ୍ଗରୋଧ ଗୃହରେ ପ୍ରଶାସନ ପକ୍ଷରୁ ରଖାଯାଇଛି । କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts