ads

Breaking News

ମଧୁବାବୁଙ୍କ ଜୟନ୍ତୀରେ କରୋନା ସଚେତନତା କାର୍ଯ୍ୟକ୍ରମ

ବେଗୁନିଆ----  ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ତମ  ଜୟନ୍ତୀ  ସ୍ଥାନୀୟ ଆଦର୍ଶ କ୍ଲବ ଓ  ସଚେତନ ନାଗରିକ ମଂଚ ପକ୍ଷରୁ   ନିକଟସ୍ଥ ଆଦିବାସୀ ସାହିରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର  ପ୍ରାରମ୍ଭରେ ମଧୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ପଣ୍ଡିତ ବିନୋଦ ଦାଶ ଶାନ୍ତିମନ୍ତ୍ର ପାଠ କରିଥିଲେ । ପରେ ଏହି ସାହିରେ ବାସ କରୁଥିବା ସମସ୍ତ ଅଧିବାସୀ ମାନଙ୍କୁ  ସ୍ୱେଚ୍ଛାସେବୀମାନେ ମାସ୍କ,ସାବୁନ ଓ ପରିବାପତ୍ର ପ୍ରଦାନ କରିଥିଲେ ।ଏଥିସହ ସାବୁନରେ ଭଲ ଭାବରେ ହାତ ଧୋଇବା,ନିୟମିତ ମାସ୍କ ପିନ୍ଧିବା,ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଶରୀର ଅସୁସ୍ଥ ଲାଗିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ  ଗ୍ରହଣ  କରିବା ପାଇଁ  ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ,ସମାଜସେବୀ ପ୍ରଦୀପ କୁମାର ସାହୁ,କ୍ଲବର ସମ୍ପାଦକ ସୂର୍ଯ୍ୟକାନ୍ତ ମହାପାତ୍ର,ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ,ସ୍ଥାନୀୟ ନାଏବ ସରପଞ୍ଚ ପ୍ରସନ୍ନ କୁମାର ବାରିକ,ଓା୍ୱର୍ଡମେମ୍ବର ସନ୍ତୋଷ କୁମାର ସାହୁ,ଶିକ୍ଷକ ସତ୍ୟବାଦୀ ସାହୁ,ରାଜ କିଶୋର ସାହୁ,ସ୍ୱେଚ୍ଛାସେବୀ ସୋମନାଥ ସାହୁ,ନଳିନୀକାନ୍ତ ଚାଉ ପଟ୍ଟନାୟକ,ଭ୍ରମରବର ଦାସ,ସନୱାରା ବେଗମ ଓ ପ୍ରୀତମ କୁମାର କାଣ୍ଡି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

ads

Blog Archive

Popular Posts