ads

Breaking News

କ୍ୱାରେଣ୍ଟାଇନ ଗୃହରେ କଟକ ଫେରନ୍ତା :

ଓଡ଼ଗାଁ/କୁରାଳ- ଓଡ଼ଗାଁ ବ୍ଲକ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁରାଳ ଗ୍ରାମ ର ନେଳିଆ ସାହିର ହାଡୁବନ୍ଧୁ ବେହେରା (୫୧)ଙ୍କୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରଖାଯାଇଛି ।ହାଡୁବନ୍ଧୁ  କଟକ ଜିଲ୍ଲା କାଠଯୋଡ଼ି ଅନ୍ତର୍ଗତ ଉରାଳି ଗ୍ରାମରେ ମନ୍ଦିର ଶ୍ରମିକ ଭାବେ କାମ କରୁଥିଲେ । କରୋନା ଯୋଗୁଁ ସାରା ରାଜ୍ୟରେ ଲକ ଡାଉନ ହେବା ଫଳରେ ସେ ସେଠାରେ ଫସି ଯାଇଥିଲେ । କୌଣସି ମତେ ଗତକାଲି ରାତିରେ ସେ ଘରେ ପହଞ୍ଚିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ସରପଞ୍ଚ ଝିଲି ପ୍ରଧାନ ତାଙ୍କୁ ସଙ୍ଗରୋଧ ଗୃହରେ ରଖିବା ସହ ତାଙ୍କର ଖାଦ୍ୟପେୟ ର ସମସ୍ତ ବନ୍ଦୋବସ୍ତ କରିଛନ୍ତି । ଠିକ ସେହିପରି ଗତକାଲି ବେଙ୍ଗେଇ ସାହିର ଅଶୋକ କୁମାର ଖଟେଇ (୩୨) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର କୁପାରି ଗ୍ରାମପଞ୍ଚାୟତ ରୁ ଫେରି ସଙ୍ଗରୋଧ ଗୃହରେ ଅଛନ୍ତି। ସୂଚନା ଅନୁଯାୟୀ ଓଡ଼ଗାଁ ଏନ.ଏ.ସି ଛାମୁ ସାହି ଏବଂ ରବିଗାଡ଼ିଆ ଗ୍ରାମପଞ୍ଚାୟତର ଦୁଇ ଜଣ ବିହାରରୁ ସାଇକେଲ ଯୋଗେ ଓଡ଼ଗାଁରେ ପହଞ୍ଚିଛନ୍ତି । ସେମାନଙ୍କୁ ବ୍ଲକ ନିକଟସ୍ଥ କଲ୍ୟାଣମଣ୍ଡପ ଠାରେ ସଙ୍ଗରୋଧ ଗୃହରେ ରଖାଯାଇଛି । 
କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts