ads

Breaking News

ସଫେଇ କର୍ମଚାରୀଙ୍କୁ ମିଳିନି ଗ୍ଲୋବସ ଓ ବୁଟ


 କନ୍ଧମାଳ--- ବିପଦସଂକୁଳ ଅବସ୍ଥାରେ ଡ୍ରେନ ସଫାହେଉଛି। ସାରା ବିଶ୍ବରେ ମହାମାରୀ କରୋନା ଭୂତାଣୁ କାୟାବିସ୍ତାର କରୁଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରାଦେଶରେ ଲକଡାଉନ କଡାକଡି କରାଯାଇଛି।କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା ସୃଷ୍ଟିକରାଯାଇଛି।ଲୋକଙ୍କୁ ସାମାଜିକ ଦୂରତାରକ୍ଷା କରିବା ସହିତ  ହାତଧୋଇବା ସହିତ ସଫାସୁତରା ରହିବା ଘରୁପଦାକୁ ନବାହାରିବା ବାହାରେ ଛେପ ନପକାଇବା ମାକ୍ସ ବ୍ୟବହାରକୁ କଡାକଡି କରାଯାଇଛି। ଏହିପରିପ୍ରେକ୍ଷୀରେ ବାଲିଗୁଡା ଏନ ଏ ସିରେ କାର୍ଯ୍ୟରତ କରୋନା ଯୋଦ୍ଧା ବା ସଫେଇ କର୍ମଚାରୀ ବିପଦ ଶଙ୍କୁଳ ଅବସ୍ଥାରେ ବିନା ଗ୍ଳୋବ୍ସ ଓ ବୁଟରେ ପୋଚକା ଡ୍ରେନ ରାସ୍ତାଘାଟ ସଫାସୁତରା କରିବାସହିତ ଔଷଧ ସିଞ୍ଚନ କରୁଥିବା ଦେଖିବାକୁ ମିଳିଥିଲା । ସଫେଇ କର୍ମଚାରୀ  ବୁଟ ଓ ଗ୍ଳୋବ୍ସ ମାଗିଥିଲେ ମଧ୍ୟ କେହିଶୁଣୁ ନାହାନ୍ତି ଫଳରେ ବାଧ୍ୟହୋଇ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା କହିଛନ୍ତି ସଫେଇ କର୍ମଚାରୀ।ଏନେଇ ପରିମଳ ଅଧିକାରୀ ରାଜକିଶୋର ସାହୁଙ୍କୁ ପଚାରିବାରୁ ପ୍ରତିକ୍ରିୟାରେ କହିଛନ୍ତି ଯେ ସଫେଇ ଦାୟୀତ୍ବ ଏକ ସଂସ୍ଥାନେଇଛନ୍ତି  ସେଇଟା ତାଙ୍କର ଦାୟିତ୍ବ ।ବିପଦଶଙ୍କୁଳ ଅବସ୍ଥାରେ ସଫେଇ କର୍ମଚାରୀ କାମକରୁଥିବା କଥାକୁ ସ୍ବିକାର କରିଛନ୍ତି।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକତା ରହିଛି। 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts