ads

Breaking News

ବିପଦସଂକୁଳ ଅବସ୍ଥାରେ ରଘୁନାଥ ବିଦ୍ୟାପୀଠ :ଭାଡ଼ିଆ ଖସି ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଅନ୍ତୋବାସି


ଓଡ଼ଗାଁ --- ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ.ଏ.ସି ଅନ୍ତର୍ଗତ ରଘୁନାଥ ବିଦ୍ୟାପୀଠ ପରିସରରେ ଥିବା କର୍ମଚାରୀଙ୍କ ପାଇଁ କ୍ବାଟରରୁ ଭାଡ଼ିଆ ଖସି  ଅଳ୍ପକେ ଦୁର୍ଘଟଣା ମୁଖରୁ ବର୍ତି ଯାଇଛନ୍ତି  ଅନ୍ତୋବାସି।
ସୂଚନା ଅନୁଯାୟୀ ରଘୁନାଥ ବିଦ୍ୟାପୀଠ ପରିସରରେ ଥିବା କ୍ବାଟର ବିଦ୍ୟାଳୟ ଶିକ୍ଷକଙ୍କ ବ୍ୟତୀତ ଅନ୍ୟ କର୍ମଚାରୀ ମାନେ ଅବସ୍ଥାନ କରନ୍ତି ।କିନ୍ତୁ ବିଦ୍ୟାଳୟରେ ୪ ନମ୍ବର ବସା ଘରେ ଅଫିସ ସହାୟକ କୈଳାଶ ସାହୁ ସପରିବାରେ ରୁହନ୍ତି । ଦୀର୍ଘ ଦୁଇ ଦିନ କାଳବୈଶାଖୀ ବର୍ଷା ସାଙ୍ଗଙ୍କୁ ପବନ ବହୁତ ଜୋରରେ ବହୁଥିବାରୁ ଆଜବେଷ୍ଟ ଏବଂ କାଠରେ ତିଆରି ହୋଇଥିବା ଭାଡ଼ିଆଟି ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଭାରସାମ୍ୟ ହରାଇ ଖସି ପଡ଼ିଥିଲା । ମାତ୍ର କିଛି ସମୟ ପୂର୍ବରୁ ସେହି ସ୍ଥାନରେ କୈଳାଶଙ୍କ ଝିଅ ବସିକି ପାଠ ପଢୁଥିଲେ ।  ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଥିବା ଘରଗୁଡିକୁ ବିପଦସଂକୁଳ ଗୃହ ଭାବେ ଘୋଷଣା କରିବା ସହିତ ପୁରୁଣା ଗୃହର ପୁନରୁଦ୍ଧାର କରାଯିବା ସହିତ ନୂତନ ଗୃହ ନିର୍ମାଣ କରିବା ନିମନ୍ତେ ଜନସାଧାରଣଙ୍କ ପକ୍ଷରୁ ଦାବି କରିଛନ୍ତି । କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts