ads

Breaking News

କାମ ସରିବାର ଦୁଇଦିନ ପରେ ବୁଧେଇ ମହାବୀରି ମଣ୍ଡପ ଫାଟି ଆଁ

 ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକରେ ଏପରି କାମ କରାଯାଉଛି ଯେ କାମ ସରିବାର ଦୁଇ ଦିନ ପରେ ଫାଟି କି ଆଁ କରିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବୁଧେଇ ମହାବୀର ପିଣ୍ଡି କାମ ପାଇଁ ବ୍ଳକ ପକ୍ଷରୁ ଅର୍ଥ ମଞ୍ଚୁର କରାଯାଇଛି ।  କାମ ସରିବାର ଦୁଇଦିନ ପରେ ମଣ୍ଡପଟି ଫାଟି ଆଁ କରିଛି । ଏମିତିକି ଏହି କାମ ପାଇଁ କେତେ ଟଙ୍କା ବ୍ଳକ ପ୍ରଶାସନ ପକ୍ଷରୁ ମଞ୍ଜୁର କରାଯାଇଛି ତାହା ମଧ୍ୟ ଗ୍ରାମବାସୀ  ମାନେ ଜାଣି ନାହାନ୍ତି । ଅନ୍ୟ ପକ୍ଷେ ବିଭାଗୀୟ ଯନ୍ତ୍ରୀ ଓ ସରପଞ୍ଚ ମିଳିମିଶି ଅର୍ଥ ହଡପ କରିବା ପାଇଁ ଉଦ୍ଦ୍ୟମ ଏବେ ଧରାପଡି ଯାଇଛି ବୋଲି ଗ୍ରାମରେ ବେଶ ଆଲେଚନା ହେଉଛି । ଏହି ପ୍ରକଳ୍ପର ଅର୍ଥ ମଞ୍ଜୁର ନ କରିବା ପାଇଁ ବୁଧେଇ ମହାବୀରଙ୍କର ପୂଜକ ସନ୍ତୋଷ କୁମାର ପଣ୍ଡା, ବୈକୁଣ୍ଠ ମୁଦୁଲି, ମନୋଜ କୁମାର ମୁଦୁଲି, ଗୁନ ମୁଦୁଲି, ସୁରେନ୍ଦ୍ର ମୁଦୂଲି, କେଳୁ ଚରଣ ମୁଦୁଲି, ବସନ୍ତ ମୁଦୁଲି, ପ୍ରଫୁଲ ମୁଦୁଲି ପ୍ରମୁଖ  ବିଡିଓ ସରୋଜ କୁମାର ଦତ୍ତଙ୍କୁ ଦେଇଥିବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts