ads

Breaking News

ଲକ ଡାଉନ ନ ମାନିବାରୁ କୁଜଙ୍ଗ ପୋଲିସର ଦୃଢ଼ କାର୍ଯ୍ୟନୁଷ୍ଠାନ ; ୧୧ ଜଣ ଦେକାନୀ ଗିରଫ


କୁଜଙ୍ଗ---- ରାଜ୍ୟରେ କରୋନା ଭୂତାଣୁ ଠାରୁ ରକ୍ଷା ପାଇବାକୁ ହେଲେ ଲକ ଡାଉନ ମାନି ବା ସହ କାମ ନ ଥିଲେ ଘରୁ ନ ବାହାରିବା । ବିଶେଷ କରି ସାମାଜିକ ଦୂରତା ରକ୍ଷା କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ମାତ୍ର କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତରେ ଥିବା ବାଲିତୁଠ ବଜାରରେ ଲକ ଡାଉନକୁ ଅବମାନନା କରି ସକାଳେ ଚା, ଜଳଖିଆ, ମିଠା ଦେକାନ, ପାନ ଦେକାନ ଏବଂ ସେଲୁନ ଦେକାନ ଗୁଡଇକ ଖୋଲା ରହିଥିଲା ।ସେଠାରେ ପ୍ରବଳ ଗହଳି ଲାଗି ରହିବା ସହ ସାମାଜିକ ଦୂରତା ରକ୍ଷା ହୋଇ ପାରିନଥିଲା । ବିଶେଷ ସୁତ୍ରରୁ ଖବର ପାଇ କୁଜଙ୍ଗ ପୋଲିସ ଉକ୍ତ ବଜାର ଉପରେ ଚଡାଉ କରି ୧୧ ଜଣ  ଦେକାନୀଙ୍କୁ ଥାନାକୁ ଧରି ଆଣିଥିଲେ । ଲକ ଡାଉନ ଆଇନ ନ ମାନିବାରୁ ସେମାନଙ୍କ ନାମରେ କୁଜଙ୍ଗ ଥାନା କେସନଂ ୧୦୬/ ୨୦ରେ ଏକ କେସରୁଜ କରିଥିବା କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ଠାରୁ ସୁଚନା ମିଳିଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts