ads

Breaking News

ମଟର ସାଇକେଲ ସହିତ ଯୁବକ ଖସିପଡିଲେ ନାଳକୁ


କୁରାଳ- ଆଜି ଅପରାହ୍ନ ରେ ପାଣ୍ଡେରିପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ଗ୍ରାମର ବାପି ଦଳେଇ ନାମକ(୩୦) ଜନୈକ ଯୁବକ (ପିତା-ଲକ୍ଷ୍ମୀଧର ଦଳେଇ)ନିଜ ବାଇକ ଯୋଗେ  ନିଜ ଗ୍ରାମକୁ ଫେରୁଥିଲେ । କୁରାଳ ପାଣ୍ଡେରିପଡା ରାସ୍ତାର ଆନିକଟ ଠାରେ ବାଇକଟି ଭାରସାମ୍ୟ ହରାଇ ନାଳ ମଧ୍ୟକୁ ପଶି ଯାଇଥିଲା। ଗୁରୁତର ଆହତ ହୋଇ କିଛି ସମୟ ପଡ଼ିବା ପରେ ସ୍ଥାନୀୟ କୁରାଳ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରି  କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପରେ ଭୁବନେଶ୍ୱରକୁ  ସ୍ଥାନାନ୍ତରିତ   କରାଯାଇଥିବା ଜଣାପଡିଛି । 
କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts