ads

Breaking News

ଓଡ଼ଗାଁରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ; ୨୦ ୟୁନିଟ ରକ୍ତ ସଂଗ୍ରହ


ଓଡ଼ଗାଁ - କରୋନା ମହାମାରୀରୂପକ ଘଡିସନ୍ଧି ମୁହୂର୍ତ୍ତରେ ରକ୍ତ ସମସ୍ତ ରକ୍ତ ଭଣ୍ଡାରରେ  ଅଭାବ ଦେଖାଯାଇଛି । ଯେପରି ଜଣେ ବି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅସୁବିଧା ନ ହେବ ସେଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଦଳର ଶୁଭେଛୁ ,ତଥା କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ଃ.ଅରୁଣ କୁମାର ସାହୁଙ୍କ ନିର୍ଦେଶରେ ଆଜି ଓଡ଼ଗାଁ ଏନ.ଏ.ସି ବିଜୁ ଜନତା ଦଳ ତରଫରୁ ମୋଟ ୨୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ବିଜୁ ଯୁବ ବାହିନୀ,ଛାତ୍ର ବିଜେଡି ,ଏବଂ ଯୁବ ଜନତାର ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଭାଗିରଥି ପ୍ରଧାନ ଉପସ୍ଥିତ ରହି  ରକ୍ତଦାତା ମାନଙ୍କର     ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ ।ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ଓଡ଼ଗାଁ ଏନ.ଏ.ସି ସଭାପତି ରବୀନ୍ଦ୍ରନାଥ ପୃଷ୍ଟି ,ବ୍ଲକ ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ ,ଆର.ଏ.ଏ ସମ୍ପାଦକ ଦିବାକର ନାୟକ ଏବଂ ଯୁବ ବିଜେଡି ତରଫରୁ ସନ୍ୟାସୀ ଅଧିକାରୀ, ବିଶ୍ୱରଂଜନ ସାହୁ ,ସୂର୍ଯ୍ୟକାନ୍ତ ପଟ୍ଟନାୟକ,ବିଜନ ପାଇକରାୟ ପ୍ରମୁଖ ଯୋଗ ଦେଇ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଆସନ୍ତାକାଲି ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଯୁବ ବାହିନୀ ସଂଯୋଜକ ବିଶ୍ୱ ରଞ୍ଜନ ସାହୁ ସୂଚନା ଦେଇଛନ୍ତି । 

ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts