ads

Breaking News

ସମୁଦ୍ର ଭିତରେ ଓ କୁଳରେ ପୁରୀ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡା କଡି

ପୁରୀ ---- ବିଶ୍ବ ମହାମାରୀ କରୋନା ଯୋଗୁ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ପଥ ରେ ଆନ୍ଧ୍ର ପ୍ରଦେଶ ରୁ ଆସି କିଛି ବ୍ୟକ୍ତି ଗଂଜାମ ଜିଲ୍ଲାରେ  ପ୍ରବେସ କରିବା ଘଟଣା ନଜର କୁ ଆସିଛି ।ପୁରୀ ଜିଲା ପ୍ରଶାସନ ସତର୍କ ହୋଇଛି। ସମୁଦ୍ର ପଥ ରେ କେହି ଯେପରି ପୁରୀ ଜିଲ୍ଲାରେ ପ୍ରଵେଶ ନ କରନ୍ତି ସେ ନେଇ ସମୁଦ୍ର ଭିତରେ ଓ କୁଳରେ ପୁରୀ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡା କଡି କରାଯାଇଛି। ପୁରୀ ଜିଲ୍ଲାର ଥିବା ୮ ଟି ମେରାଇନ ଥାନା ପକ୍ଷରୁ ସମୁଦ୍ର ଭିତରେ ସ୍ପୀଡ଼ ବୋଟ , ବାଇନାକୁଳର ମାଧ୍ୟମ ରେ ପେଟ୍ରୋଲିଂ ସହ ସମୁଦ୍ର ପଥ ରେ କଡା ନଜର ରଖାଯାଇଛି। ସେହିପରି  ସମୁଦ୍ର କୁଳ ବର୍ତୀ ଅଂଚଳ ରେ ଥିବା ଥାନା ପକ୍ଷରୁ ମଧ୍ୟ ସମୁଦ୍ର କୂଳରେ  ୨୪ଘଣ୍ଟିଆ ପେଟ୍ରୋଲିଂ କରାଯାଉଛି। ଅନ୍ୟପଟେ ସମୁଦ୍ର ଭିତରକୁ ଯାଇଥିବା ମତ୍ସ ଜୀବୀ ଙ୍କୁ ମଧ୍ୟ ସତର୍କ କରାଯାଇଛି ପୋଲିସ ପକ୍ଷରୁ। ଗଭୀର ସମୁଦ୍ର କୁ ଏପ୍ରିଲ ୧୪ ରୁ  ଜୁନ ୧୪ ଦୁଇ ମାସ ମାଛ ମାରିବା କଟକଣା ରହିଛି। ଏଣୁ ମତ୍ସଯିବି ସମୁଦ୍ର କୂଳରୁ ଅଳ୍ପ ଦୂରରେ ମାଛ ମାରି ପାରିବେ। ନୀୟମ ଉଲଘଂନ ହେଲ ଡ଼ଙ୍ଗା ଜବତ ସହ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ସେହିପରି ମତ୍ସ ଯିବି ମନେ ସମୁଦ୍ର ଭିତରେ ଅଜଣା ଲୋକ ଙ୍କୁ ଦେଖି ଲେ ତୁରନ୍ତ ପୋଲିସ କୁ ଖବର ଦେବା କୁ କୁହାଯାଇଛି। ସମୁଦ୍ର ପଥ ରେ ଅନ୍ୟ ସ୍ଥାନ ରୁ ଲୋକ ପ୍ରଵେଶ କଲେ କୋରୋନା ବ୍ୟାପିବା ଅସଙ୍କା ଥିବାରୁ ପୁରୀ ଜିଲାପାଳ ଙ୍କ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି । ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts