ads

Breaking News

ଜିଲ୍ଲାପାଳଙ୍କ ଅଚାନକ ଓଡ଼ଗାଁ ଗସ୍ତ : କ୍ୱାରେଣ୍ଟାଇନ କେନ୍ଦ୍ର ବୁଲି ଦେଖିଲେ ଜିଲ୍ଲାପାଳ


ଓଡ଼ଗାଁ --- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ, ରଂଗଣିପାଟଣା, ରୋହିବାଙ୍କ, କୋମଣ୍ଡ ,ଗିରିଡିପଲ୍ଲୀ, ସୁନାମୁଁହି ଆଦି ଗ୍ରାମପଞ୍ଚାୟତ ଗ୍ରସ୍ତ କରି  ଗୃହ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଡ଼. ପୋମା ଟୁଡୁ .।
 ତାଙ୍କ ସହିତ ଓଡ଼ଗାଁ ବିଡିଓ ସ୍ବାତିଲେଖା ଦାଶ, ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲିକ ଓ ଯନ୍ତ୍ରୀ ସନ୍ତୋଷ ମଲ୍ଲିକ ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ।   ଓଡିଶା ବାହାରେ ଫସିରହିଥିବା ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ଘୋଷଣା ପରେ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ବ ଓଡିଶା ଫେରିବା ନେଇ ସରକାର ଆକଳନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଡ଼. ଟୁଡୁ ଆଜି କୁରାଳ ,କୋମଣ୍ଡ ,ରୋହିବାଙ୍କ ,ସୁନାମୁଁହି, ଗିରିଡିପଲ୍ଲୀ, ରଂଗଣିପାଟଣା ଆଦି ଗ୍ରାମପଞ୍ଚାୟତ ଗ୍ରସ୍ତ କରି ପଞ୍ଚାୟତରେ ପ୍ରସ୍ତ ତ କ୍ୱାରେଂଣ୍ଟାଇନ କେନ୍ଦ୍ର ବୁଲି ଦେଖିଥିଲେ। ସେଠାରେ ଶୈଚାଳୟ, ଗାଧୁଆଘର ,ପରିସ୍ରାଘର  ଆଦିକୁ ଭଲଭାବରେ  ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହା ସହିତ ବିଜୁଳି ବ୍ୟବସ୍ଥା,ରନ୍ଧାଖାଦ୍ୟ ,ପାନୀୟଜଳ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । 
କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts