ads

Breaking News

ଓଡ଼ଗାଁରେ ଜୀବନ ବିନ୍ଦୁ ;ଦ୍ଵିତୀୟ ଦିନରେ ୨୫ୟୁନିଟ ରକ୍ତ ସଂଗ୍ରହ


ଓଡ଼ଗାଁ- ----ଓଡ଼ଗାଁ ବିଜୁ ଜନତା ଦଳ ତରଫରୁ ବ୍ଲକ ନିକଟସ୍ଥ ଇନଡୋର ଷ୍ଟାଡିୟମରେ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।କରୋନା ରୂପକ ମହାମାରୀ ସମୟରେ ଯେପରି ରକ୍ତ ଅଭାବରୁ ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନ ହୁଏ ସେଥିନିମନ୍ତେ ବିଜୁ ଜନତା ଦଳର ଯୁବ ଗୋଷ୍ଠୀ ,ମହିଳା ଗୋଷ୍ଠୀ ସ୍ବେଚ୍ଛାସେବି ଏବଂ ଡାକ୍ତର ଭାଗିରଥି ପ୍ରଧାନଙ୍କର ସହଯୋଗରେ ଓଡ଼ଗାଁ ଅଞ୍ଚଳ ରୁ   ରକ୍ତ ସଂଗ୍ରହ କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟେକ ଦିନ ୨୦ରୁ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯିବା ସହ ମୋଟ ୧୦୦ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଓଡ଼ଗାଁ ଜୀବନ ବିନ୍ଦୁ ବ୍ଲକ ସଂଯୋଜକ ଲୋକନାଥ ସାହୁ କହିଛନ୍ତି ।ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, ସମାଜସେବୀ ଦିଲ୍ଲୀପ କୁମାର ମାର୍ଥା ,ବିଜୁ ଶ୍ରମିକ ସାମ୍ମୁଖ୍ୟ  ସଭାପତି ସୂର୍ଯ୍ୟକାନ୍ତ ପଟ୍ଟନାୟକ,ଯୁବ ସ୍ବେଚ୍ଛାସେବି ରାଜେଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 
  
କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts